Advertisment

ପଦ ହରାଇବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିବେ ରାହୁଲ

ଲୋକସଭା ସଦସ୍ୟ ଭାବେ ପଦ ହରାଇ ପରେ ତାଙ୍କ ନିର୍ବାଚନମଣ୍ଡଳୀ ୱାୟନାଡ ଆସନ ଏବେ ଖାଲି ଅଛି।

author-image
Tapas Behera
Rahul Gandhi

Rahul Gandhi

ଲୋକସଭାରୁ ସାଂସଦ ପଦ ହରାଇବା ପରେ ଆଜି ଅପରାହ୍ନ ଗୋଟାଏରେ କଂଗ୍ରେସ ନେ ରାହୁଲ ଗାନ୍ଧି ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିବେ। ଗୁଜରାଟର ସୁରତ କୋର୍ଟ ତାଙ୍କୁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ପରେ ଶ୍ରୀ ଗାନ୍ଧି ତାଙ୍କର ସାଂସଦ ମାନ୍ୟତା ହରାଇଛନ୍ତି। ଏମପି ଭାବେ ଅଯୋଗ୍ୟ ଘୋଷଣା ପରେ ପୂର୍ବତନ ୱାୟନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ, ସେ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ଶ୍ରୀ ଗାନ୍ଧି ଗତକାଲି ହିନ୍ଦୀରେ ଟ୍ୱିଟ୍‌ କରି କହିଛନ୍ତି, "ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି।

Advertisment

ମୁଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି। ଲୋକସଭା ସଦସ୍ୟ ଭାବେ ପଦ ହରାଇ ପରେ ତାଙ୍କ ନିର୍ବାଚନମଣ୍ଡଳୀ ୱାୟନାଡ ଆସନ ଏବେ ଖାଲି ଅଛି। ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ୧୫ ହଜାର ଟଙ୍କାର ଫାଇନା ଦେବାକୁ କହିଥିଲେ।

ତେବେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ୩୦ ଦିନର ସମୟ ପାଇଛନ୍ତି। ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅଲଗା ବୈଠକ ହୋଇଛି । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିଜାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ, ରଣଦୀନ ସୁର୍ଜେୱାଲା ଓ କେସି ଭେଣୁଗୋପାଳଙ୍କ ଭଳି ପ୍ରମୁଖ ନେତା ସାମିଲ ଥିଲେ । ତେବେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ରଖିବାର ସୂଚନା ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

Advertisment
Rahul Gandhi