Advertisment

ଦିଗବିଜୟ ସିଂହଙ୍କ ବୟାନ ଠାରୁ ନିଜକୁ ଦୂରେଇ ରଖିଲେ ରାହୁଲ ଗାନ୍ଧି

ଦିଗବିଜୟ ଦେଇଥିବା ବୟାନ ସହ କଂଗ୍ରେସର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧି। ଏଥିସହ କଂଗ୍ରେସ ଦିଗବିଜୟ ସିଂହଙ୍କ ବୟାନ ସହ ଏକମତ ନୁହେଁ ଓ ତାଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

Rahul Gandhi

Rahul Gandhi

Advertisment

ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ହମଲାକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହ ଦେଇଥିବା ବୟାନ ସହ ଏକମତ ହୋଇନାହାନ୍ତି ରାହୁଲ ଗାନ୍ଧି। ସେହିପରି ଦିଗବିଜୟ ଦେଇଥିବା ବୟାନ ସହ କଂଗ୍ରେସର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧି। ଏଥିସହ କଂଗ୍ରେସ ଦିଗବିଜୟ ସିଂହଙ୍କ ବୟାନ ସହ ଏକମତ ନୁହେଁ ଓ ତାଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ରାହୁଲ କହିଛନ୍ତି।

Advertisment

ଜମ୍ମୁରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କୁ ଦିଗବିଜୟ ସିଂହ ଦେଇଥିବା ବିବାଦୀୟ ବୟାନ ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ରାହୁଲ ଗାନ୍ଧି କହିଛନ୍ତି, “ଆମେ ଦିଗବିଜୟ ସିଂହଙ୍କ ମତାମତ ସହ ଏକମତ ନାହୁଁ। ଦିଗବିଜୟ ସିଂହଙ୍କ ବୟାନ ଠାରୁ ଦଳର ମତ ଯଥେଷ୍ଟ ଉପରେ। ଆଲୋଚନା ଦ୍ୱାରା ହିଁ ଦଳର ମତାମତ ସାମ୍ନାକୁ ଆସିଥାଏ। ଦିଗବିଜୟ ସିଂହଙ୍କ ବୟାନ ଦଳ ମଧ୍ୟରୁ ଆସିନି। ଦଳ ଏହା ସହ ଏକମତ ନୁହେଁ। ଆର୍ମଡ ଫୋସଆ ଗୋଟିଏ କାମ କରୁଛି ଓ ସେମାନେ ବହୁତ ଭଲ କାମ କରୁଛନ୍ତି। ସେମାନଙ୍କୁ କୌଣସି ପ୍ରକାରର ପ୍ରମାଣ ଦେବାର ଆବଶ୍ୟକ ନାହିଁ।”

ରାହୁଲ ଗାନ୍ଧି ଆହୁରି କହିଛନ୍ତି, “ଆମେ ଗୋଟିଏ ଗଣତାନ୍ତ୍ରିକ ଦଳ। ଏଠାରେ ଏକଛତ୍ରବାଦର କୌଣସି ସ୍ଥାନ ନାହିଁ। ଦିଗବିଜୟ ସିଂହଙ୍କ ବୟାନ ବ୍ୟକ୍ତି ଗତ ଓ ଆମେ ଏହାକୁ ଗ୍ରହଣ କରୁନାହୁଁ। ମୁଁ ମଧ୍ୟ ତାଙ୍କ ମତ ସହ ଏକମତ ନୁହେଁ।”

Advertisment

ସୋମବାର ଦିଗବିଜୟ ସିଂହ ଭାରତ ଯୋଡ଼ୋ ଯାତ୍ରା ବେଳେ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ହମଲାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏଥିସହ ବିଜେପି ସରକାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଏଯାଏ ଦେଇନାହିଁ ଓ ସେମାନେ କେବଳ ମିଛର ପ୍ରଚାର କରୁଥିବା ଦିଗବିଜୟ ସିଂହ କହିଥିଲେ।

ବାସ ତାଙ୍କର ଏହି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେପିର ଅନେକ ନେତା ଓ ମନ୍ତ୍ରୀ ଉକ୍ତ ବୟାନକୁ ନେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏସବୁ ବିବାଦ ଭିତରେ ରାହୁଲ ଗାନ୍ଧି ନିଜର ମତ ରଖିଛନ୍ତି।

Rahul Gandhi Congress Bharat Jodo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe