Advertisment

ବଙ୍ଗଳା ଖାଲି କରିବା ପାଇଁ ଆସିଥିବା ନୋଟିସର ଜବାବ ଦେଲେ ରାହୁଲ ଗାନ୍ଧି

ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ଘର ଖାଲି କରିବାକୁ ଆସିଥିବା ନୋଟିସର ଜବାବ ଆଜି ରାହୁଲ ଗାନ୍ଧି ଦେଇଛନ୍ତି।

undefined

Rahul Gandhi

Advertisment

ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରଙ୍କ ପକ୍ଷରୁ ବଙ୍ଗଳା ଖାଲି କରିବାକୁ ସୋମବାର ନୋଟିସ ମିଳିଥିଲା। ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ଘର ଖାଲି କରିବାକୁ ଆସିଥିବା ନୋଟିସର ଜବାବ ଆଜି ରାହୁଲ ଗାନ୍ଧି ଦେଇଛନ୍ତି। ଲୋକସଭା ସଚିବାଳୟର ଡେପୁଟି ସଚିବ ଏମଏସ୍‌ ବ୍ରାଞ୍ଚଙ୍କୁ ରାହୁଲ ଚିଠି ଲେଖିଛନ୍ତି।

Advertisment

ସେ କହିଛନ୍ତି ଯେ “ଜନାଦେଶ ବଳରେ ବିଗତ ବର୍ଷ ଗୁଡ଼ିକରେ ବଙ୍ଗଳାରେ ବିତାଇଥିବା ସମୟ ମୋର ସବୁବେଳେ ସ୍ମୃତି ହୋଇ ରହିବ। ଲୋକସଭାର ସଦସ୍ୟ ଭାବେ ୪ଥର ଲୋକଙ୍କ ଭୋଟ ପାଇ ନିର୍ବାଚିତ ହୋଇଥିଲି। ଏଠାରେ ଅନେକ ଖୁସି ମିଳିଥିଲା। ମୋର ଅଧିକାରକୁ ପକ୍ଷଭୁକ୍ତ ନ କରି, ମୁଁ ନିଶ୍ଚିତ ଭାବେ ଆପଣଙ୍କ ଆଦେଶକୁ ପାଳନ କରି ନୋଟିସରେ କୁହାଯାଉଥିବା ସବୁ ପଦକ୍ଷେପ ଗ୍ରହଣ କରିବି।”

ଜେଡ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ସବୁବେଳେ ଯିବା ଆସିବା କରୁଥିବା ରାହୁଲ ଗାନ୍ଧି ଦିଲ୍ଲୀର ତୋଗଲକ ଲେନ ୧୨ ସ୍ଥିତ ବଙ୍ଗଳାରେ ୨୦୦୫ରୁ ରହି ଆସୁଥିଲେ। କିନ୍ତୁ ତାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇ ସାରିଥିବାରୁ ତାଙ୍କୁ ସୋମବାର ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।

Advertisment

ଏହା ପୂର୍ବରୁ ମାର୍ଚ୍ଚ ୨୩ରେ ସୁରତର ଗୋଟିଏ କୋର୍ଟ ଅପରାଧିକ ମାନହାନୀ କେସ୍‌ରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିଥିଲା। ଏହା ବିରୋଧରେ କଂଗ୍ରେସ ଉପର କୋର୍ଟକୁ ଯିବାକୁ ସଜବାଜ ହେଉଥିବା ବେଳେ ୨୪ ତାରିଖରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦକୁ ରଦ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। କଂଗ୍ରେସ ଏପରି ତରବରିଆ ପଦକ୍ଷେପକୁ ବିରୋଧ କରି ପୂରା ଦେଶରେ ବିକ୍ଷୋଭ କରୁଛି।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe