Rahul Gandhi
ମାନହାନୀ କେସ୍ରେ ଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ରାୟ ଏପ୍ରିଲ ୨୦ ତାରିଖରେ ଆସିବ। ଆଜି ସୁରତର ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ବେଳେ ଉଭୟ ପକ୍ଷକୁ କୋର୍ଟ ଶୁଣିଛନ୍ତି। ଏହାପରେ କୋର୍ଟ ଏପ୍ରିଲ ୨୦ରେ ରାୟ ପ୍ରକାଶ କରିବେ ବୋଲି କହିଛନ୍ତି।
ମୋଦି ସରନେମକୁ ନେଇ ରାହୁଲ ଗାନ୍ଧି ବୟାନ ଦେଇଥିବାରୁ ତାଙ୍କ ନାଁରେ ୨୦୧୯ରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ସୁରତର ଗୋଟିଏ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଥିଲା।
ଏହାକୁ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧି ଉକ୍ତ ରାୟଙ୍କୁ ସୁରତର ସେନନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୁରୁବାର ଶୁଣାଣି ସମୟରେ ଉଭୟ ପକ୍ଷର ଓକିଲ ଆଡିସିନାଲ ସେସନ୍ସ ଜଜ୍ ଆରପି ମୋଗେରାଙ୍କ କୋର୍ଟ ରୁମକୁ ଆସିଥିଲେ।
ଏହାପରେ ନିଜ ନିଜର ପକ୍ଷ ରଖିଥିଲେ। ରାହୁଲ ଗାନ୍ଧି ତାଙ୍କ ଆବେଦନରେ କହିଛନ୍ତି ଯେ ମେଟ୍ରୋମଲିଟାଣ୍ଟ ମାଜିଷ୍ଟ୍ରେଟଙ୍କ କୋର୍ଟ ଦେଇଥିବା ରାୟରେ ତ୍ରୁଟି ରହିଛି। ତେଣୁ ଏହା ଉପରେ ରୋକ ଲଗା ଯାଉ। କିନ୍ତୁ ଏହାକୁ ସରକାରୀ ଓକିଲ ବିରୋଧ କରି ନିଜର ପକ୍ଷ ରଖିଥିଲେ। ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ୨୦ ତାରିଖରେ ରାୟ ପ୍ରକାଶ ପାଇବ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1681390984.jpg)