Advertisment

ରାହୁଲ ଗାନ୍ଧିଙ୍କ ସଦସ୍ୟପଦ ରଦ୍ଦ ଅସାମ୍ବିଧାନିକ: ଶରଦ ପାୱାର

ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ହ୍ରାସକୁ ଦର୍ଶାଉଥିବା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି।

undefined

NCP

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ରଦ୍ଦ ହେବା ହେଉଛି ଅସାମ୍ବିଧାନିକ। ଏହା ଏକ ନିନ୍ଦନୀୟ ପଦକ୍ଷେପ । ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧର ହ୍ରାସକୁ ଦର୍ଶାଉଥିବା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ଗୁରୁବାର ସୁରତର ଜିଲ୍ଲା କୋର୍ଟ ରାହୁଲ ଗାନ୍ଧିଙ୍କୁ ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। କେରଳର ୱାୟନାଡ ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧିଙ୍କୁ ଗୁରୁବାର ଗୁଜରାଟର ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଦିନକ ପରେ ଲୋକସଭାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

Advertisment

ଏନସିପି ମୁଖ୍ୟ ନିଜ ଦଳର ଏମପି ତଥା ଲାକ୍ଷାଦୀପ ଆସନର ଲୋକପ୍ରତିନିଧି ଫୈଜଲ ପିପିଙ୍କ ଉଦାହରଣ ଦେଇଥିଲେ। ଫୈଜଲ ପିପି ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିଜ ପଦ ହରାଇଥିଲେ। ପରେ ଏହି ରାୟ କେରଳ ହାଇକୋର୍ଟ ଖାରଜ ହୋଇଯାଇଥିଲା। ତେଣୁ ଉଭୟ ଫୈଜଲ ପିପି ଏବଂ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରାଯିବା ସମ୍ବିଧାନର ମୌଳିକ ନିୟମ ବିରୋଧୀ ବୋଲି ଶରଦ ପାୱାର କହିଛନ୍ତି। ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ହ୍ରାସ କରୁଛି । ଏହା ନିନ୍ଦନୀୟ ବୋଲି ସେ କହିଛନ୍ତି।

ଶ୍ରୀ ପାୱାର ଟ୍ୱିଟ୍ କରି କହିଛନ୍ତି ଯେ, ଆମର ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିର ଅଧିକାର, ନ୍ୟାୟ, ମୁକ୍ତ ଚିନ୍ତନର ସ୍ୱାଧୀନତା, ସୁଯୋଗର ସମାନତାକୁ ସୁନିଶ୍ଚିତ କରେ। ଆମର ଗଣତାନ୍ତ୍ରିକ ଅନୁଷ୍ଠାନକୁ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ଏକାଠି ଠିଆ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Advertisment

ସୂଚନା ଅନୁଯାୟୀ, ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗୁଜରାଟର ଏକ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସଂପୃକ୍ତ ଅଦାଲତ ଏହି ରାୟ ଶୁଣାଇବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ଏବଂ ଉଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରିବାକୁ ୩୦ ଦିନର ମହଲତ ଦେଇଥିଲେ ହେଁ ରାହୁଲଙ୍କ ସାଂସଦ ପଦ ବଜାୟ ରହିବା ନେଇ ସାମ୍ବାଧାନିକ ପ୍ରଶ୍ନ ଉଠିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe