Advertisment

ନିୟମ ଥିଲେ ବି ରାହୁଲ ଗାନ୍ଧିଙ୍କୁ ଆଗରେ ମିଳିଲାନି ଆସନ, ପଛରେ ବସିବାକୁ ନେଇ ଚର୍ଚ୍ଚା

୭୮ତମ ସ୍ୱାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଛରେ ବସିବାକୁ ନେଇ ଚର୍ଚ୍ଚା। ସରକାର କହିଲେ...

author-image
Debibandita Barick
Rahul Gandhi

Rahul Gandhi

୭୮ତମ ସ୍ୱାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବସିବାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଭିଜୁଆଲରେ ରାହୁଲ ଗାନ୍ଧି ଶେଷ ଆଡକୁ ଦ୍ୱିତୀୟ ଧାଡିରେ ଅଲିମ୍ପିକ୍ସ ଖେଳାଳିଙ୍କ ସହ ବସିଥିବା ଦେଖିବାକୁ ମିଳୁଛି।

Advertisment

ବାସ୍ତବରେ ନିୟମ ଅନୁସାରେ, ଲୋକସଭାର ବିରୋଧୀ ଦଳର ନେତା, ଯାହାଙ୍କର ପଦବୀ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ, ତାଙ୍କୁ ଆଗ ଧାଡ଼ିରେ ଏକ ଆସନ ଦିଆଯାଏ। କିନ୍ତୁ ରାହୁଲ ଗାନ୍ଧି ଶେଷ ଧାଡ଼ିରେ ବସିଥିଲେ। ତାଙ୍କ ପାଖରେ ହକି ଦଳର ଗୁରଜନ୍ତ ସିଂହ, ସରବଜତ ସିଂହ, ମନୁ ଭାକରଙ୍କ ସମେତ ଅନ୍ୟ ଅଲିମ୍ପିକ୍ସ ବିଜୟୀ ଖାଳେଳିମାନେ ବସିଥିବା ଦେଖିବାକୁ ମିଳୁଛି।

ଆଗ ଧାଡିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏବଂ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂହ ଚୌହାନ, ଅମିତ ଶାହ ଏବଂ ଏସ ଜୟଶଙ୍କର ବସିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ବଡ଼ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ନେତାଙ୍କୁ ଆଗ ଧାଡ଼ିରେ ଗୋଟିଏ ଆସନ ନ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ନେଟିଜେନ୍ସ। 

Advertisment

ତେବେ ଦଶନ୍ଧୀ ମଧ୍ୟରେ ପ୍ରଥମ କରି ସ୍ୱାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ଲାଲକିଲ୍ଲୀରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ବିଜେପି ସରକାର ଆସିବା ଦିନରୁ କୌଣସି ବିରୋଧୀ ଦଳ ନେତା ଲାଲକିଲ୍ଲାକୁ ଆସୁନଥିଲେ। ପ୍ରଥମ କରି ୭୮ତମ ସ୍ୱାଧୀନତା ଦିବସ ଅବସରରେ ରାହୁଲ ଗାନ୍ଧିଙ୍କୁ ଧଳା କୁର୍ତ୍ତା-ପାଇଜାମା ସହ ଲାଲକିଲ୍ଲୀରେ ଦେଖିବାକୁ ମିଳିଛି।

ସେପଟେ ତାଙ୍କୁ ଆଗରେ ଆସନ ନ ମିଳିବାକୁ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ବିଭାଗ କହିଛି ଯେ, ପ୍ରତିବର୍ଷ ପ୍ରତିରକ୍ଷା ବିଭାଗ ସ୍ୱାଧୀନତା ଦିବସର ଆୟୋଜନ କରିଥାଏ। ପ୍ରୋଟୋକଲ ଅନୁସାରେ, ବିରୋଧୀ ଦଳ ନେତାଙ୍କ ପାଇଁ ଆଗ ଧାଡ଼ିରେ ଗୋଟିଏ ଆସନ ବ୍ୟବସ୍ଥା କରାଯାଇଥାଏ।

ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବିରୋଧୀ ଦଳ ନେତା ଥିବା ସୋନିଆ ଗାନ୍ଧିଙ୍କ ପାଇଁ ସର୍ବଦା ଆଗ ଧାଡ଼ିରେ ଗୋଟିଏ ଆସନ ରଖା ଯାଇଥାଏ। କିନ୍ତୁ ୨୦୧୪ ପରଠାରୁ କୌଣସି ବିରୋଧୀ ଦଳ ନେତା ଲାଲକିଲ୍ଲାକୁ ଆସୁନାହାନ୍ତି। ଏଥର ଆଗ ଧାଡ଼ିରେ ଅଲିମ୍ପିକ୍ସ ବିଜୟୀ ଖେଳାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇ ଥିବାରୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ପଛରେ ବସିବାକୁ ପଡ଼ିଥିଲା। 

Rahul Gandhi Independence Day