Advertisment

ପ୍ରଧାନମନ୍ତ୍ରୀ ମୋଦି ଭଗବାନଙ୍କୁ ବି ବୁଝାଇବା ଆରମ୍ଭ କରିଦେବେ: ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଚର୍ଚ୍ଚା

୬ ଦିନିଆ ଆମେରିକା ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ସାନ ଫ୍ରାନ୍ସିକୋରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଥିଲେ।

Rahul Gandhi

Rahul Gandhi

Advertisment

ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯଦି ଭଗବାନଙ୍କ ପାଖରେ ବସାଇ ଦିଆଯିବ, ତା’ହେଲେ ତାଙ୍କୁ ମଧ୍ୟ ପୂରା ବ୍ରହ୍ମାଣ୍ଡ ବିଷୟରେ ସେ ବୁଝାଇବା ଆରମ୍ଭ କରିଦେବେ ବୋଲି ରାହୁଲ ଗାନ୍ଧି ତାଚ୍ଛଲ୍ୟ କରି କହିଛନ୍ତି।

Advertisment

୬ ଦିନିଆ ଆମେରିକା ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ସାନ ଫ୍ରାନ୍ସିକୋରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଭାରତରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଥିବା ଭାବନ୍ତି। ସେଭଳି ଲୋକଙ୍କ ମଧ୍ୟରୁ ଗୋଟିଏ ନମୁନା ହେଲେ ପ୍ରଧାନମନ୍ତ୍ରୀ ମୋଦି।

କଂଗ୍ରେସ ବିଦେଶ ସଂଗଠନ ପକ୍ଷରୁ ଆୟୋଜିତ ମହବତ କି ଦୁକାନ ବା ପ୍ରେମର ଦୋକାନ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି କହିଛନ୍ତି, “କିଛି ଲୋକ ପୂରା ନିଶ୍ଚିତ ହୋଯାଇଛନ୍ତି ସେମାନେ ସବୁ କିଛି ଜାଣିଛନ୍ତି। ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଓ ସେନାକୁ ଯୁଦ୍ଧ ବିଷୟରେ ପାଠପଢ଼ାଇବାକୁ ସକ୍ଷମ ବୋଲି ଭାବନ୍ତି। 

Advertisment

ଏ ବିଶ୍ୱ ବହୁତ ବଡ଼। ଜଣେ ବ୍ୟକ୍ତିଙ୍କ ପକ୍ଷରେ ସବୁ କିଛି ଜାଣିବା ବହୁତ କଷ୍ଟ। କିନ୍ତୁ ଭାରତରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଭାବି ନେଇଛନ୍ତି ଯେ ସେମାନେ ସବୁ ବିଷୟରେ ଜାଣିଛନ୍ତି। ସେମାନେ ଭାବନ୍ତି ଯେ ସେମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଛନ୍ତି। ସେମାନେ ଭଗବାନଙ୍କ ସହ ବିସପାରିବେ ଓ କ’ଣ ସବୁ ଚାଲିଛି, ସେକଥା ମଧ୍ୟ ବୁଝାଇ ପାରିବେ।

ହଁ, ଏହା ସତ ଯେ ଆମ ପ୍ରଧାନମନ୍ତ୍ରୀ ସେଭଳି ଜଣେ ନମୁନା। ଆପଣ ଯଦି ମୋଦିଜୀଙ୍କୁ ଭଗବାନଙ୍କ ସହ ବସାଇ ଦେବେ, ତା’ହେଲେ ସେ ଭଗବାନଙ୍କୁ ମଧ୍ୟ ବ୍ରହ୍ମାଣ୍ଡ କେମିତି କାମ କରୁଛି, ସେକଥା ବୁଝାଇବା ଆରମ୍ଭ କରିଦେବେ। ଏହା ଶୁଣି ଭଗବାନ ମଧ୍ୟ ସେ କ’ଣ ସବୁ ସୃଷ୍ଟି କରିଛନ୍ତି, ତା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ। ସେମାନେ ଭାବୁଛନ୍ତି ଯେ ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଓ ସେନାକୁ ଯୁଦ୍ଧ ବିଷୟରେ ପାଠପଢ଼ାଇ ପାରିବେ। କିନ୍ତୁ ଏହା ସବୁ ଅଳ୍ପଜ୍ଞାନ। ସେମାନେ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି।”

ତେବେ ରାହୁଲ ଗାନ୍ଧିଙ୍କ ଏପରି ବୟାନକୁ ବିଜେପି ତୀବ୍ର ସମାଲୋଚନା କରିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦାବି କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ବିଦେଶ ଗସ୍ତ ସମୟରେ ଭାରତକୁ ଅପମାନିତ କରିଛନ୍ତି। ସେ କହିଛନ୍ତି, “ନିଜର ବିଦେଶ ଗସ୍ତ ସମୟରେ ରାହୁଲ ଗାନ୍ଧି ଭାରତକୁ ଅପମାନିତ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ।

ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତକୁ ଅପମାନିତ କରିଛନ୍ତି। ସେ ଭାରତର ବିକାଶଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂରା ବିଶ୍ୱ ଆମର ଅଭିବୃଦ୍ଧିକୁ ସାବାସି ଦେଉଥିବା ବେଳେ ରାହୁଲ ଗାନ୍ଧି ଭାରତର ଛବିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ୨୪ ଜଣ ସାଂସଦ ଓ ରାଷ୍ଟ୍ରପତିଙ୍କୁ ଭେଟିବା ସହ ବିଦେଶ ଗସ୍ତ ସମୟରେ ୫୦ରୁ ଅଧିକ ବୈଠକ କରିଛନ୍ତି। ଅନେକ ବିଶ୍ୱସ୍ତରୀୟ ନେତା ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ନେତା ବୋଲି କହିଛନ୍ତି।”

Congress PM Modi Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe