Advertisment

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗିଲେ ରାହୁଲ ଗାନ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ କରି ଦାବି କରିଛନ୍ତି।

Rahul Gandhi

Rahul Gandhi

Advertisment

ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୭୫ ଜଣ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିସହ କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମଗା ଯାଇଛି। ରେଳ ଦୁର୍ଘଟଣା ପରେ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ କରି ଦାବି କରିଛନ୍ତି।

Advertisment

ସେ କହିଛନ୍ତି, “୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ଜବାବ ନାହିଁ। ମୋଦି ସରକାର ଏତେ ବଡ଼ ଓ ଭୟଙ୍କର ରେଳ ଦୁର୍ଘଟଣାର ଉତ୍ତରଦାୟିତ୍ୱ ନେବାରୁ ଖସି ପାରିବେ ନାହିଁ। ପ୍ରଧାନମନ୍ତ୍ରୀ ତୁରନ୍ତ ରେଳ ମନ୍ତ୍ରୀଙ୍କ ଠାରୁ ଇସ୍ତଫା ମାଗିବା ଦରକାର।”

Advertisment

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି। ସେ କହିଛନ୍ତି, ସ୍ୱାଧୀନ ଭାରତ ସମ୍ଭବତଃ ସବୁଠାର ଭୟଙ୍କର ରେଳ ଦୁର୍ଘଟଣାରେ ସରକାରଙ୍କୁ ପ୍ରଶ୍ନ। ବିଜ୍ଞାପନ ପିଆରରେ ବିଶ୍ୱାସ ରଖିଥିବା ସରକାରଙ୍କ କାମ କରିବା ପ୍ରଣାଳୀର ଅସଲ ଚେହେରା ସାମ୍ନାକୁ ଆସିଛି।

ରେଳବାଇରେ ୩ ଲକ୍ଷ ପଦ ଖାଲି ପଡ଼ିଛି। ସେହିପରି ଅଧିକାରୀ ସ୍ତରର ପଦବୀ ମଧ୍ୟ ଖାଲି ରହିଛି। ଏହି ସବୁ ପଦରେ ନିଯୁକ୍ତି ପିଏମଓ ଦେଇଥାଏ। ଏହି ସବୁ ପଦକୁ ୯ ବର୍ଷ ଭିତରେ କାହିଁକି ପୂରଣ କରାଗଲା ନାହିଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe