Advertisment

ରିଲିଫ କ୍ୟାମ୍ପରେ ପିଲାଙ୍କ ସହ ଲଞ୍ଚ କଲେ ରାହୁଲ ଗାନ୍ଧି

ରାହୁଲ ଗାନ୍ଧି ଆଜି ଇମ୍ଫାଲରେ ପହଞ୍ଚିବା ପରେ ସଡ଼କ ପଥରେ ଚୁରାଚାନ୍ଦପୁର ଯାଉଥିଲେ। କିନ୍ତୁ ବିଷ୍ଣୁପୁର ନିକଟରେ ରାହୁଲଙ୍କ କନଭୟକୁ ପୁଲିସ୍‌ ଆଗକୁ ଛାଡ଼ି ନଥିଲା।

author-image
Hemant Lenka
Rahul Gandhi

Rahul Gandhi

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ମଣିପୁରରେ ପହଞ୍ଚି ସ୍ଥିତି ପରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ହିଂସା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ରାହୁଲ ବିଭିନ୍ନ ରିଲିଫ କ୍ୟାମ୍ପ ବୁଲିଛନ୍ତି।

Advertisment

ହିଂସା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ଆଜି ସେମାନଙ୍କ ହାଲଚାଲ ରାହୁଲ ବୁଝିବା ସହ ରିଲିଫ କ୍ୟାମ୍ପରେ ରହୁଥିବା ଛୋଟ ପିଲାମାନଙ୍କ ସହ ମିଶି ଲଞ୍ଚ କରିଛନ୍ତି।

ରାହୁଲ ଗାନ୍ଧି ଆଜି ଇମ୍ଫାଲରେ ପହଞ୍ଚିବା ପରେ ସଡ଼କ ପଥରେ ଚୁରାଚାନ୍ଦପୁର ଯାଉଥିଲେ। କିନ୍ତୁ ବିଷ୍ଣୁପୁର ନିକଟରେ ରାହୁଲଙ୍କ କନଭୟକୁ ପୁଲିସ୍‌ ଆଗକୁ ଛାଡ଼ି ନଥିଲା।

Advertisment

ଫଳରେ ରାହୁଲ ପୁଣି ଇମ୍ଫାଲ ଫେରିଥିଲେ ଓ ହେଲିକପ୍ଟର ଯୋଗୁ ଚୁରାଚାନ୍ଦପୁରରେ ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ମିଳିଥିବା ହେଲିକପ୍ଟର୍‌ରେ ସେ ଉକ୍ତ ଜିଲ୍ଲାରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ କଥା ବୁଝିଛନ୍ତି।

ରିଲିଫ କ୍ୟାମ୍ପରେ ରାହୁଲ ପିଲାଙ୍କ ସହ ଲଞ୍ଚ କରିବା ଠାରୁ ଆରମ୍ଭ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ଆଶ୍ୱସନା ଦେବା ସହ ଭଲ ମନ୍ଦ ମଧ୍ୟ ପଚାରି ବୁଝିଛନ୍ତି। ରିଲିଫ କ୍ୟାମ୍ପରେ ଥିବା ଅଧିକାରୀମାନଙ୍କ ସହ ମଧ୍ୟ ରାହୁଲ ଆଲୋଚନା କରୁଥିବା ବେଳର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି।

ବିଷ୍ଣୁପୁର ଠାରେ ରାହୁଲଙ୍କ କନଭୟକୁ ପୁଲିସ୍‌ ସୁରକ୍ଷା ଦୃଷ୍ଟିରୁ ଅଟକାଇଥିଲେ। ଏହି ସମୟରେ ରାହୁଲ ଟ୍ୱିଟ କରି ମଣିପୁରର କ୍ଷମତାସୀନ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ।

ସେ କହିଥିଲେ, “ମୁଁ ଏଠାକୁ ମୋର ମଣିପୁର ଭାଇ ଓ ଭଉଣୀଙ୍କ କଥା ଶୁଣିବାକୁ ଆସିଛି। ସବୁ ସଂପ୍ରଦାୟର ଲୋକମାନେ ବେଶ ସ୍ୱାଗତ କରିବା ସହ ଭଲ ପାଇବା ଦେଇଛନ୍ତି। ସରକାର ମୋତେ ଅଟକାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ମଣିପୁର ସହାୟତା ଚାହେଁ। ଶାନ୍ତି ପ୍ରତିଷ୍ଠା ଆମମାନଙ୍କର ଲକ୍ଷ୍ୟ ହେବା ଦରକାର।”

ମେ’ ୩ରୁ ମଣିପୁରରେ ହିଂସା ଆରମ୍ଭ ହୋଇଥିବା ବେଳେ ୧୦୦ ଜଣଙ୍କ ଜୀବନ ଯାଇଛି। ୫୦ ହଜାରରୁ ଅଧିକ ଲୋକ ହିଂସା ଦ୍ୱାରା ପ୍ରଭାବିତ ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି। ପୂରା ରାଜ୍ୟରେ ୩୦୦ରୁ ଅଧିକ ରିଲିଫ କ୍ୟାମ୍ପ ପ୍ରସ୍ତୁତ କରାଯାଇ ଲୋକଙ୍କୁ ରଖାଯାଇଛି।

Manipur Manipur Violence