Advertisment

ମାନହାନୀ କେସ୍‌ରେ ରାହୁଲ, ଶିବକୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ସମନ୍‌

କେବଳ ରାହୁଲ ନୁହନ୍ତି, କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମଧ୍ୟ ଉକ୍ତ ମାନହାନୀ କେସ୍‌ରେ ବେଙ୍ଗାଲୁରୁର ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ସମନ କରିଛନ୍ତି।

author-image
Hemant Lenka
Congress

Congress

ମାନହାନୀ କେସ୍‌ରେ ନିଜ ଲୋକସଭା ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ଆଉ ଏକ ମାନହାନୀ କେସ୍‌ରେ ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ ସମନ କରିଛନ୍ତି। କେବଳ ରାହୁଲ ନୁହନ୍ତି, କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମଧ୍ୟ ଉକ୍ତ ମାନହାନୀ କେସ୍‌ରେ ବେଙ୍ଗାଲୁରୁର ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ସମନ କରିଛନ୍ତି। ଆସନ୍ତା ଜୁଲାଇ ୨୭ରେ ମାମଲାର ଶୁଣାଣି କରାଯିବ।

Advertisment

ମେ’ ୯ରେ ଏହି ରାଜନେତାଙ୍କ ନାଁରେ କର୍ଣ୍ଣାଟକା ବିଜେପିର ସମ୍ପାଦକ କେଶବ ପ୍ରସାଦ ଅଭିଯୋଗ ଦାଖଲ କରିଥିଲେ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ’୪୦ ପରସେଣ୍ଟ ଦୁର୍ନୀତି’ର ନାରା ଦେଇ ପ୍ରଚାର କରିଥିଲା। ଏଥିପାଇଁ କଂଗ୍ରେସର ୩ ନେତାଙ୍କ ବିରୋଧରେ ମାନହାନୀ କେସ୍‌ କରାଯାଇଛି। 

ଅଭିଯୋଗକାରୀ କହିଛନ୍ତି, କଂଗ୍ରେସ ୨୦୨୩ ମେ’ ୫ରେ ବିଭିନ୍ନ ଖବରକାଗଜରେ ବିଜ୍ଞପନ ଦେଇଥିଲା। ସେତେବେଳେ କ୍ଷମତାସୀନ ବିଜେପି ସରକାର ୪୦% ଦୁର୍ନୀତିରେ ଲିପ୍ତ ଓ ୪ ବର୍ଷ ପରେ ବିଜେପି ସରକାର ୧.୫ ଲକ୍ଷ କୋଟି ଟଙ୍କା ଲୁଟ କରିଥିବା ଏହି ବିଜ୍ଞାପନରେ କଂଗ୍ରେସ କହିଥିଲା।

Advertisment

ଏପରି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଥିଲା। ବିଜେପି ସରକାରର ସମ୍ମାନ ହାନୀ କରାଯାଇଥିଲା। ଏହି ଅମୂଳ ବିଜ୍ଞାପନ ପାଇଁ ହିଁ ବିଜେପି କ୍ଷମତାଚ୍ୟୁତ ହୋଇଥିଲା ବୋଲି ଦଳ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ କେଶବ ପ୍ରସାଦ କଂଗ୍ରେସର ୩ ନେତାଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ।

ଏବେ କୋର୍ଟ ଏହି ଅଭିଯୋଗକୁ ଆଧାର କରି ରାହୁଲ, ଶିବକୁମାର ଓ ସିଦ୍ଦରମୈୟାଙ୍କୁ ସମନ କରିଛନ୍ତି।

Karnataka Rahul Gandhi Siddaramaiah DK Shivakumar