Advertisment

ରାସ୍ତା ଉପରେ ବସିଲେ ରାହୁଲ, ଗାଇଲେ- ରଘୁପତି ରାଘବ ରାଜାରାମ

ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ରାହୁଲ୍ ଗାନ୍ଧି ଏବଂ ଅନ୍ୟାନ୍ୟ କଂଗ୍ରେସକର୍ମୀମାନେ ନାଗାଓଁରେ ଧାରଣା ଦେଇଛନ୍ତି।

author-image
Madhupriya Mistry
Rahul Gandhi Sat on Strike

Rahul Gandhi Sat on Strike

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ମନ୍ଦିର ପ୍ରବେଶ ଉପରେ ଲାଗିଲା ରୋକ୍‌। ମନ୍ଦିର ଭିତରକୁ ତାଙ୍କ ପ୍ରବେଶ ବାରଣ ହୋଇଛି। ମନ୍ଦିର ଭିତରକୁ ତାଙ୍କୁ ଛଡ଼ା ନ ଯିବାରେ ସେ ରାସ୍ତାରେ ଉପରେ ଧାରଣାରେ ବସିଛନ୍ତି। ରାସ୍ତା ଉପରେ ବସି ସେ 'ରଘୁପତିି ରାଘବ ରାଜାରାମ' ଧୁନ୍‌ ଗାଇଛନ୍ତି।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଆସାମରେ ଅଛନ୍ତି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧି ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଳା। କିନ୍ତୁ ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି ବୋଲି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ସେ ରାସ୍ତା ଉପରେ ଧାରଣାରେ ବସିଛନ୍ତି।

ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ। କିନ୍ତୁ ଯିବାକୁ ଦିଆଯାଉ ନାହିଁ। ମୋର ଅପରାଧ କ'ଣ? କାହିଁକି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ? ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଆମେ କୌଣସି ସମସ୍ୟା ଉତ୍ପନ୍ନ କରିବାକୁ ଚାହୁଁନୁ। ଆମେ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛୁ ବୋଲି କହିଛନ୍ତି। ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି। କିଏ ମନ୍ଦିର ଦର୍ଶନ କରିପାରିବେ, ଏ କଥା ଏବେ ପ୍ରଧାନମନ୍ତ୍ରୀ ମୋଦି ସ୍ଥିର କରିବେ। ଏବେ କେବଳ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ରାହୁଲ କହିଛନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ତାଙ୍କୁ ଅଟକା ଯିବାର କାରଣ ସଂକ୍ରାନ୍ତରେ ରାହୁଲ୍‌ ଗାନ୍ଧି ସୁରକ୍ଷା କର୍ମୀଙ୍କୁ ପଚାରୁଛନ୍ତି। ପ୍ରବେଶ ଅନୁମତି ନ ମିଳିବାରୁ ରାହୁଲ୍ ଗାନ୍ଧି ଏବଂ ଅନ୍ୟାନ୍ୟ କଂଗ୍ରେସକର୍ମୀମାନେ ନାଗାଓଁରେ ଧାରଣା ଦେଇଛନ୍ତି। ରାସ୍ତା ଉପରେ ବସି ରାହୁଲ ଗାନ୍ଧି, ଜୟରାମ ରମେଶ ଓ ଅନ୍ୟ କଂଗ୍ରେସ ନେତାମାନେ 'ରଘୁପତି ରାଘବ ରାଜାରାମ' ଗୀତ ଗାଇଛନ୍ତି। 

ମନ୍ଦିରର ପରିଚାଳନା କମିଟି ସୋମବାର ଅପରାହ୍ନ ୩ ଟା ପରେ ରାହୁଲ ଗାନ୍ଧିଙ୍କୁ ଆସିବାକୁ ସୂଚନା ଦେଇଛନ୍ତି। ପରିଚାଳନା କମିଟିର ମୁଖ୍ୟ ଯୋଗେନ୍ଦ୍ର ଦେବ ମହନ୍ତ କହିଛନ୍ତି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଅନେକ ସଂଗଠନ ମନ୍ଦିର ପରିସରରେ ଭକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଲୋକ ମନ୍ଦିରକୁ ଆସିବେ, ତେଣୁ ରାହୁଲ ଗାନ୍ଧିଙ୍କୁ ଅପରାହ୍ନ ୩ ଟା ପରେ ମନ୍ଦିରକୁ ଆସିବାକୁ କୁହାଯାଇଛି।

Assam Rahul Gandhi Congress Bharat Jodo Nyay Jatra