Advertisment

ଦଣ୍ଡାଦେଶ ବିରୋଧରେ ଆଜି କୋର୍ଟରେ ଆବେଦନ କରିବେ ରାହୁଲ ଗାନ୍ଧି

ଗୋଟିଏ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷର ଜେଲଦଣ୍ଡ ପାଇଥିବା ରାହୁଲ ଗାନ୍ଧିଙ୍କୁ ଏବେ କେବଳ ଉପର କୋର୍ଟ ଭରସା।

Rahul Gandhi

Rahul Gandhi

Advertisment

ଅଯୋଗ୍ୟ ବିବେଚିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ସୁରତ ଜିଲ୍ଲା କୋର୍ଟରେ ମାର୍ଚ୍ଚ ୨୩ ଦଣ୍ଡାଦେଶ ବିରୋଧରେ ଆବେଦନ କରିବେ। କଂଗ୍ରେସ ସାଂସଦ ତଥା ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ନିଜେ ରାହୁଲ ଗାନ୍ଧିଙ୍କ ଆଇନଗତ ପ୍ରକ୍ରିୟା କଥା ବୁଝୁଥିବା ବେଳେ ବରିଷ୍ଠ ଓକିଲ ଆରଏସ୍‌ ଚୀମାଙ୍କୁ ସୁରତ ସେସନ୍ସ କୋର୍ଟରେ ଆବେଦନ ଦାଖଲ କରିବେ। 

Advertisment

ଗୋଟିଏ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷର ଜେଲଦଣ୍ଡ ପାଇଥିବା ରାହୁଲ ଗାନ୍ଧିଙ୍କୁ ଏବେ କେବଳ ଉପର କୋର୍ଟ ଭରସା। କାରଣ ସୁରତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟ ଉପରେ ଯଦି ରୋକ ନ ଲାଗିବ, ତା’ହେଲେ ରାହୁଲ ଗାନ୍ଧି ୮ ବର୍ଷ ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ। ନିୟମ ଅନୁଯାୟୀ, ଜେଲ ଦଣ୍ଡ ପାଇଥିବା ବିଧାୟକ କିମ୍ବା ସାଂସଦ ସଜ୍ଜା ଶେଷ ହେବାର ୬ ବର୍ଷ ଯାଏ ନିର୍ବାଚନ ମୈଦାନକୁ ଓହ୍ଲାଇ ପାରିବେ ନାହିଁ। ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିବାରୁ ସେ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିପାରିବେ ନାହିଁ। 

ମାର୍ଚ୍ଚ ୨୩ରେ ସିଜେଏମ କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଥିଲେ। ସେହିପରି ୩୦ ଦିନ ଯାଏ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇ ଉପର କୋର୍ଟରେ ଏହା ବିରୋଧରେ ଆବେଦନ କରିବାକୁ ସୁଯୋଗ ଦେଇଥିଲେ। ଏହି ରାୟର ୨୪ ଘଣ୍ଟା ମଧ୍ୟରେ ଲୋକସଭା ପକ୍ଷରୁ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଥିଲେ।

Advertisment

ସେହିପରି ଏପ୍ରିଲ ୧୩ ସୁଦ୍ଧା ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ମଧ୍ୟ କୁହାଯାଇଛି। ଏଯାଏ ରାୟକୁ ଚ୍ୟାଲେଞ୍ଜ କରି ନଥିବା ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ ଆଜି ଏହା ବିରୋଧରେ ଆବେଦନ କରିବ ବୋଲି ଜଣାପଡ଼ିଛି। ରାହୁଲ ଦଣ୍ଡ ପାଇବା ଓ ତରବରିଆ ଭାବେ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯିବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ରାଜନୀତି ମଧ୍ୟ ଜୋର ଧରିଛି। .

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe