Advertisment

ଯେଉଁଠି ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେଇଠି ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ରାହୁଲ ଗାନ୍ଧି

ମେ’ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ରହିଛି।

Rahul Gandhi

Rahul Gandhi

Advertisment

ଯେଉଁଠି ବିବାଦୀୟ ମନ୍ତବ୍ୟ ଦେଇଥିଲେ ସେଇଠି ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ମେ’ ୧୦ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ରହିଛି। ରାହୁଲ ଗାନ୍ଧି ଏପ୍ରିଲ ୫ରେ କର୍ଣ୍ଣାଟକର କୋଲାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ୨୦୧୯ରେ ଏହି କୋଲାରରେ ‘ମୋଦି’ ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ । ଯେଉଁଥିପାଇଁ ନିକଟରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି । ଗତ ମାର୍ଚ୍ଚ ୨୩ରେ ଗୁଜରାଟର ସୁରତ କୋର୍ଟ ଏହି ରାୟ ଦେଇ ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏଥିସହ ତାଙ୍କୁ ଉପର କୋର୍ଟରେ ଆବେଦନ ପାଇଁ ୩୦ ଦିନ ସମୟ ଦେଇଛନ୍ତି। ଇତି ମଧ୍ୟରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଛି। ରାହୁଲ ଗାନ୍ଧି ଏହି କୋଲାରରୁ ନିଜର ‘ସତ୍ୟମେବ ଜୟତେ’ ରାଲି ଆରମ୍ଭ କରିବେ। ଆମେ ତାଙ୍କୁ ଏଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଅନୁରୋଧ କରିଥିଲୁ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି।

Advertisment

ଅନ୍ୟପଟେ ‘ମୋଦି’ ମନ୍ତବ୍ୟ ପାଇଁ ଶ୍ରୀ ଗାନ୍ଧି କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ଶୁକ୍ରବାର ତାଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷିତ କରାଯାଇ ଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ୨୦୧୯ ନିର୍ବାଚନ ରାଲି ବେଳେ କର୍ଣ୍ଣାଟକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ସେ କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆ କାହିଁକି ଏକା ଭଳି ?

ରାହୁଲ ଗାନ୍ଧି ଏହି ବୟାନ ପରେ ସୁରଟରେ ଏକ ମାନହାନୀ ମାମଲା ରୁଜୁ ହୋଇଥିଲା । ସୁରଟ ଜିଲ୍ଲା କୋର୍ଟ ମାମଲାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନା  ଅନୁଯାୟୀ, ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବା ନେଇ ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ ଏପ୍ରିଲ୍‌ ୧୩ ତାରିଖରେ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍‌ ୨୦ ତାରିଖ। ସେହିପରି, ଏପ୍ରିଲ୍‌ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍‌୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe