Advertisment

୨୯ରେ ହିଂସାଗ୍ରସ୍ତ ମଣିପୁର ଯିବେ ରାହୁଲ ଗାନ୍ଧି

ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତିକୁ ପରଖିବେ। ଏନେଇ କଂଗ୍ରେସର ସାଧରଣ ସମ୍ପାଦକ କେସି ଭେନୁଗୋପାଲ ସୂଚନା ଦେଇଛନ୍ତି।

Rahul Gandhi

Rahul Gandhi

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି। ୫୦ରୁ ଅଧିକ ଦିନ ହେଲା ଲୋକମାନେ ଇଣ୍ଟରନେଟ ଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରୀରୁ ବଞ୍ଚିତ ହୋଇ ରହିଛନ୍ତି। ଦିନକୁ ଦିନ ମଣିପୁରର ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାର ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ଆଶ୍ୱସନା ଦେଇ ଚାଲିଛନ୍ତି।

Advertisment

ଏସବୁ ଭିତରେ ଆସନ୍ତା ୨୯ ତାରିଖରେ ହିଂସାଗ୍ରସ୍ତ ମଣିପୁର ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତିକୁ ପରଖିବେ। ଏନେଇ କଂଗ୍ରେସର ସାଧରଣ ସମ୍ପାଦକ କେସି ଭେନୁଗୋପାଲ ସୂଚନା ଦେଇଛନ୍ତି।

ଏହି ଗସ୍ତ ସମୟରେ ରାହୁଲ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିବେ। ସେହିପରି ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବୋଲି ଭେନୁଗୋପାଲ କହିଛନ୍ତି।

Advertisment

ସେ କହିଛନ୍ତି, “ମଣିପୁର ପ୍ରାୟ ୨ ମାସ ହେଲା ଜଳିବାରେ ଲାଗିଛି। ଏହାକୁ ଲିଭାଇବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ସମାଜ ବିବାଦରୁ ଶାନ୍ତିକୁ ଫେରିବ। ଏହା ଏକ ମାନବୀୟ ଟ୍ରାଜେଡି। ଘୃଣା ବଦଳରେ ପ୍ରେମର ଫୋର୍ସ ଭାବେ ଛିଡ଼ା ହେବା ଆରମ୍ଭ ଦାୟିତ୍ୱ।”

ମେ’ ୩ରୁ ମୈତୈ ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ମଣିପୁରରେ ହିଂସା ଲାଗି ରହିଛି। ଏଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି। ସେହିପରି ହଜାର ହଜାର ଲୋକ ଘର ଛାଡ଼ି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

Rahul Gandhi Manipur Violence Congress Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe