Advertisment

ହାଥରସ ଦଳାଚକଟା: ଯୋଗୀଙ୍କୁ ଚିଠି ଲେଖିଲେ ରାହୁଲ

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କୁ ରାଜ୍ୟ ସରକାର ଦେଇଥିବା କ୍ଷତିପୂରଣ ରାଶି ବଢ଼ାଇବାକୁ ରାହୁଲ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Rahul and Yogi

Rahul and Yogi

Advertisment

ଉତ୍ତରପ୍ରଦେଶ ଯାଇ ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ପୀଡିତ ପରିବାରକୁ ଭେଟିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହାପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି।

Advertisment

ଚିଠି ମାଧ୍ୟମରେ କ୍ଷତିପୂରଣ ରାଶି ବୃଦ୍ଧି କରାଯାଇ ପୀଡ଼ିତଙ୍କ ପରିବାରକୁ ଯଥାଶୀଘ୍ର ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ରାହୁଲ। ଏହି ଚିଠିରେ ରାହୁଲ ଯୋଗୀଙ୍କୁ ଲେଖିଛନ୍ତି ଯେ, ଏହି ଦୁଃଖ ସମୟରେ ସେ ଆମର ସାମୂହିକ ସମବେଦନା ଏବଂ ସାହାଯ୍ୟ ଆବଶ୍ୟକ କରନ୍ତି। ଏନେଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କୁ ରାଜ୍ୟ ସରକାର ଦେଇଥିବା କ୍ଷତିପୂରଣ ଉପରେ ମଧ୍ୟ ରାହୁଲ ଦାବି କରିଛନ୍ତି। ସରକାର ଘୋଷଣା କରିଥିବା କ୍ଷତିପୂରଣ ବହୁତ କମ୍‌ ବୋଲି ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇନ୍ତି। ଏପରି ପରିସ୍ଥିତିରେ ଏହାକୁ ତୁରନ୍ତ ବୃଦ୍ଧି କରାଯିବା ଉଚିତ୍‌। ଏଥିସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍‌ ବୋଲି ସେ ଲେଖିଛନ୍ତି।

Advertisment

ଯେତେବେଳେ ମୁଁ ହାଥରସ୍‌ ଏବଂ ଅଲିଗଡ଼ରେ ପୀଡ଼ିତଙ୍କ ପରିବାରକୁ ଭେଟିଥିଲି, ସେମାନେ କହିଥିଲେ ଏହି ଘଟଣାରେ ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ସମ୍ବେଦନଶୀଳତା ରହିଛି। ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ଏକ ସଠିକ୍‌ ଏବଂ ସ୍ବଚ୍ଛ ଅନୁସନ୍ଧାନ ହେବା ଉଚିତ। ନ୍ୟାୟ ଦୃଷ୍ଟିକୋଣରୁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ମଧ୍ୟ ଆବଶ୍ୟକ ବୋଲି କଂଗ୍ରେସ ସାଂସଦ କହିଛନ୍ତି।

କହିରଖୁ ଯେ, ଜୁଲାଇ ୨ ତାରିଖ ସନ୍ଧ୍ୟାରେ ହାଥରସରେ ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ୧୨୧ ଜଣ ପ୍ରାଣ ହରାଇଥିଲେ। ସେପଟେ ଘଟଣା ପରେ ସତ୍‌ସଙ୍ଗ ଆୟୋଜନ କରିଥିବା ବାବା ନାରାୟଣ ହରି ସାକାର ଓରଫ ଭୋଲେ ବାବା ଫେରାର ଅଛନ୍ତି। ତାଙ୍କର ୧୦ରୁ ୧୨ ସେବକଙ୍କୁ ପୁଲିସ ଗରଫ କରି ତଦନ୍ତ ଜାରି ରଖିଛି।

Yogi Aditya Nath Rahul Gandhi Hathras Stampede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe