Advertisment

ରାହୁଲଙ୍କୁ ଏବେ ଉପର କୋର୍ଟ ଭରସା, ନଚେତ ୮ ବର୍ଷ ଯାଏ ଲଢ଼ିପାରିବେନି ନିର୍ବାଚନ

ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିବାରୁ ଏବେ ତାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୨୦୧୯ ମସିହା ଅପରାଧିକ ମାନହାନୀ ମାମଲାରେ ଆଜି ଗୁଜରାଟର ଗୋଟିଏ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ତାଙ୍କୁ ଜାମିନ ମିଳିଛି ଓ ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ରାହୁଲଙ୍କୁ ୩୦ ଦିନର ସମୟ ମିଳିଛି। କଂଗ୍ରେସ ମଧ୍ୟ ହାଇକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବ ବୋଲି କହିଛି।

Advertisment

କିନ୍ତୁ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିବାରୁ ଏବେ ତାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ଉପର କୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦିଅନ୍ତି ନାହିଁ, ତା’ହେଲେ ରାହୁଲ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାରୁ ମଧ୍ୟ ବଞ୍ଚିତ ହେବେ।

ଲୋକ ପ୍ରତିନିଧି ଆଇନ ୧୯୫୧ର ସେକସନ ୮(୩) ର ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ ଦୋଷୀ ସାବ୍ୟସ୍ତ ହୁଅନ୍ତି ଓ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ।

Advertisment

ବିଶେଷଜ୍ଞଙ୍କ ମତରେ ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାରୁ ଏବେ ଲୋକସଭା ସେକେଟ୍ରିଏଟ ଚାହିଁଲେ ରାହୁଲ ଗାନ୍ଧିଙ୍କୁ ସଦସ୍ୟ ପଦକୁ ରଦ୍ଦ କରିପାରିବେ ଓ ତାଙ୍କର ୱାୟନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବେ। ଏହାପରେ ନିର୍ବାଚନ କମିଶନ ଉକ୍ତ ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ। ଯଦି ହାଇକୋର୍ଟ ତଳ କୋର୍ଟ ରାୟ ଉପରେ କୌଣସି ରୋକ ନ ଲଗାନ୍ତି, ତା’ହେଲେ ଏପରି ହୋଇପାରିବ।

ଯଦି ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ରାୟ ଉପରେ ଉପର କୋର୍ଟ ରୋକ ନ ଲଗାଇବେ, ତା’ହେଲେ ରାହୁଲ ଗାନ୍ଧିଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ଅନୁମତି ମଧ୍ୟ ମିଳିବ ନାହିଁ। କଂଗ୍ରେସ ସୁରତ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବ ବୋଲି କହିଛି।

ସେଠାରେ ଆଶ୍ୱସ୍ତି ନ ମିଳିଲେ ଦଳ ସୁପ୍ରିମକୋର୍ଟ ମଧ୍ୟ ଯାଇ ପାରିବ। ଆଇପିସିର ଧାରା ୪୯୯ ଅଧୀନରେ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ଏକ ବିରଳ ଘଟଣା ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe