Advertisment

Rahul Gandhi: ବିରଳ ଘଟଣା: ରାହୁଲ ଗାନ୍ଧିଙ୍କ ପ୍ରସ୍ତାବରେ ରାଜି ହେଲେ ସରକାର

ଭାରତର ଭୟଙ୍କର ବାୟୁ ପ୍ରଦୂଷଣ ସମ୍ପର୍କରେ ରାହୁଲ ଗାନ୍ଧି ଗୋଟିଏ ଜରୁରୀ ଓ ଗଠନମୂଳକ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। ଏହା ଲୋକଙ୍କ ସ୍ୱାସ୍ଥ୍ୟଗତ ପ୍ରସଙ୍ଗ ବୋଲି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Rahul-Gandhi

ରାହୁଲ ଗାନ୍ଧି

Advertisment

ଲୋକସଭାରେ ଆଜି ଗୋଟିଏ ବିରଳ ଘଟଣା ଘଟିଛି। କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି(Rahul Gandhi)ଙ୍କ ବିତର୍କ ପ୍ରସ୍ତାବରେ ବିନା କୌଣସି ବାଧାରେ ରାଜି ହୋଇଛନ୍ତି ସରକାର। ଭାରତର ଭୟଙ୍କର ବାୟୁ ପ୍ରଦୂଷଣ ସମ୍ପର୍କରେ ରାହୁଲ ଗାନ୍ଧି ଗୋଟିଏ ଜରୁରୀ ଓ ଗଠନମୂଳକ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। 

Advertisment

ଏହା ଲୋକଙ୍କ ସ୍ୱାସ୍ଥ୍ୟଗତ ପ୍ରସଙ୍ଗ ବୋଲି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାହୁଲ ଗାନ୍ଧି ଆଲୋଚନା ପାଇଁ ଦାବି କରୁଥିବା ବେଳେ ସରକାର ଏଥିରେ ରାଜି ହୋଇଛନ୍ତି। ଆଜି ଲୋକସଭା( Lok Sabha)ର ଶୂନ୍ୟକାଳରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ “ଭାରତର ବଡ଼ବଡ଼ ସହର ଏବେ ଭୟଙ୍କର ତଥା ବିଷାକ୍ତ ବାୟୁ ମଧ୍ୟରେ ରହୁଛନ୍ତି।

ଅଧିକାଂଶ ସହରରେ ଅବସ୍ଥା ସମାନ। ଲକ୍ଷଲକ୍ଷ ପିଲା ଫୁସଫୁସ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ସେମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଲୋକଙ୍କୁ କ୍ୟାନ୍ସର ହେଉଛି। ବୟସ୍କ ଲୋକମାନେ ନିଃଶ୍ୱାସ ନେବାକୁ ସଂଘର୍ଷ କରୁଛନ୍ତି। ଏହା ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ସରକାର ଆମ ସହ ଏକମତ ହେବେ ବୋଲି ମୋର ଆଶା।”

Advertisment

ରାହୁଲ ଗାନ୍ଧି ଆହୁରି କହିଥିଲେ ଯେ ଏହା ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ପୂରା ଗୃହ ଏକମତ ହେବ। ଏହା ଆଦୌ ବିଚାରଧାରାର ପ୍ରସଙ୍ଗ ନୁହେଁ। ଏହି ପ୍ରସଙ୍ଗରେ ଉଭୟ ସରକାର ଓ ବିରୋଧୀ ଦାୟିତ୍ୱର ସହ ମତ ରଖିବା ଦରକାର। ସରକାର ପୂର୍ଣ୍ଣକାଳୀନ ବିତର୍କ ପାଇଁ ସମୟ ବାହାର କରିବା ସହ ପଦକ୍ଷେପ ନେବାକୁ କମିଟି ଗଠନ କରନ୍ତୁ ବୋଲି ସେ କହିଥିଲେ। 

ରାହୁଲଙ୍କ ପ୍ରସ୍ତାବ ଉପରେ ମତ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ। ତାଙ୍କ କହିବା କଥା ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପୂର୍ବରୁ ହିଁ ରାଜି ରହିଥିଲେ। ଏଥିପାଇଁ ଲୋକସଭାର ବିଜନେସ ପରାମର୍ଶଦାତା କମିଟି ଆଲୋଚନା ପାଇଁ ସମୟ ନିର୍ଘଣ୍ଟ କରିବେ।

ରାହୁଲ ଗାନ୍ଧି ଉଠାଇଥିବା ପ୍ରସଙ୍ଗ ବିଜନେସ ପରାମର୍ଶଦାତା କମିଟିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରଥମ ଦିନରୁ ସରକାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଥିବା କହିଥିଲେ।

ସବୁ ପ୍ରସଙ୍ଗର ସମାଧାନ ଓ ବିରୋଧୀଙ୍କ ପରାମର୍ଶ ନେବାକୁ ସରକାର ରାଜି ଅଛନ୍ତି। ଏହି ପ୍ରସଙ୍ଗ କେମିତି ଆଲୋଚନା ହେବ, ତା’ର ବିଚାର ଆମେ କରୁଛୁ। ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଅଛୁ ବୋଲି ସେ କହିଛନ୍ତି। 

Lok Sabha Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe