Advertisment

Budget Session 2026: ବିଶ୍ୱାସଘାତକ ବନ୍ଧୁ ବନାମ ଦେଶର ଶତ୍ରୁ: ମୁହାଁମୁହିଁ ହେଲେ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ବିଟ୍ଟୁ

ବିଟ୍ଟୁ ହେଉଛନ୍ତି ୩ ଥରର ସାଂସଦ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସରେ ଥିବା ବେଳେ ସେ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ।

Bittu

ବିଟ୍ଟୁ ଓ ରାହୁଲ ଗାନ୍ଧିଙ୍କ ଯୁକ୍ତିତର୍କ

Advertisment

ସଂସଦ ବିଲଡିଂ ବାହାରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି(Rahul Gandhi) ଓ କଂଗ୍ରେସରୁ ଯାଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହୋଇଥିବା ରବନୀତ ସିଂହ ବିଟ୍ଟୁ। ଆଜି ସଂସଦ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରବେଶ ପଥରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ରାହୁଲ ଗାନ୍ଧି ଓ ବିଟ୍ଟୁଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି।

Advertisment

ବିକ୍ଷୋଭ ବେଳେ ସେହି ବାଟେ ଯାଉଥିବା କେନ୍ଦ୍ରମନ୍ତ୍ରୀ ବିଟ୍ଟୁଙ୍କୁ ବିଶ୍ୱାସଘାତକ ବନ୍ଧୁ କହି ରାହୁଲ ସମ୍ବୋଧନ କରିବା ସହ ହାତ ମିଳାଇବାକୁ ଚାହିଁଥିଲେ। କିନ୍ତୁ ହାତ ମିଳାଇବାକୁ ମନା କରି ବିଟ୍ଟୁ ଏହାର ଜବାବରେ ରାହୁଲ ଗାନ୍ଧିକୁ ଦେଶର ଶତ୍ରୁ ବୋଲି କହି କଡ଼ା ସମାଲୋଚନା କରିଛନ୍ତି। 

ବିଟ୍ଟୁ ହେଉଛନ୍ତି ୩ ଥରର ସାଂସଦ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସରେ ଥିବା ବେଳେ ସେ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ବିଟ୍ଟୁ କେନ୍ଦ୍ରରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି।

Advertisment

ପୂରା ଘଟଣା ମକର ଦ୍ୱାର ନିକଟରେ ଘଟିଛି। ଏଠାରେ କଂଗ୍ରେସ ସାଂସଦମାନେ ବିକ୍ଷୋଭ କରୁଥିବା ବେଳେ ବିଟ୍ଟୁ ସେହି ବାଟେ ଯାଇଥିଲେ। ତାଙ୍କୁ ଦେଖି ରାହୁଲ ଗାନ୍ଧି କଟାକ୍ଷ କରି କହିଥିଲେ ଯେ “ଏଠାରେ ଜଣେ ବିଶ୍ୱାସଘାତକ ଚାଲି ଚାଲି ଯାଉଛନ୍ତି। ତାଙ୍କ ମୁହଁକୁ ଦେଖନ୍ତୁ।”

କିଛି ସେକେଣ୍ଡ ପରେ ବିଟ୍ଟୁଙ୍କ ସହ ହାତ ମିଳାଇବାକୁ ରାହୁଲ ଗାନ୍ଧି ଚାହିଁଥିଲେ। ସେ ବିଟ୍ଟୁଙ୍କ ଆଡ଼କୁ ହାତ ବଢ଼ାଇ କହିଥିଲେ ଯେ “ହ୍ୟାଲୋ ବ୍ରଦର। ମୋ ବିଶ୍ୱାସଘାତକ ବନ୍ଧୁ। ବ୍ୟସ୍ତ ହୁଅନି, ଆପଣ ନିଶ୍ଚିତ ଭାବେ କଂଗ୍ରେସକୁ ଫେରିବେ।” 

ବିଟ୍ଟୁ ଏହା ଶୁଣି ଚକିତ ହେବା ସହ ରାହୁଲ ଗାନ୍ଧିଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ। ଏଥିସହ ସେ ସର୍ବସମ୍ମୁଖରେ ରାହୁଲ ଗାନ୍ଧିଙ୍କୁ ଦେଶର ଶତ୍ରୁ ବୋଲି କହିଥିଲେ। ଏହି ଯୁକ୍ତିତର୍କ ପୂର୍ବରୁ ବିଟ୍ଟୁ ଧାରଣାରେ ବସିଥିବା ସାଂସଦମାନଙ୍କୁ କଟାକ୍ଷ କରିଥିଲେ। ସେମାନେ ଯେମିତି କୌଣସି ଯୁଦ୍ଧ ଜିତି ଗଲା ଭଳି ବସିଛନ୍ତି କହି ବିଟ୍ଟୁ ତାଚ୍ଛଲ୍ୟ କରିଥିଲେ। 

ଘଟଣାକୁ ନେଇ ବିବାଦ ଦେଖା ଯାଇଥିବା ବେଳେ ରାହୁଲ ଗାନ୍ଧିଙ୍କ ସହ ବିଟ୍ଟୁ କାହିଁକି ହାତ ମିଳାଇଲେ ନାହିଁ, ତା’ର ସ୍ପଷ୍ଟୀକରଣ ରଖିଛନ୍ତି। ଏଥିସହ ସେ ଅପରେସନ ବ୍ଲ୍ୟୁ ଷ୍ଟାରକୁ ନେଇ ଗାନ୍ଧି ପରିବାରକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ସେ(ରାହୁଲ ଗାନ୍ଧି) ହାତ ବଢ଼ାଇଥିଲେ ମୁଁ କହିଥିଲି ଯେ ତୁମେ ଗଦ୍ଦାର ଓ ଦେଶର ଶତ୍ରୁ। ତୁମେ ପ୍ରତିଦିନ ସେନା ଓ ଦେଶ ସମ୍ପର୍କରେ ଅପଶବ୍ଦ କହୁଛ। ଜଣେ ସର୍ଦ୍ଦାର କେବେ ହେଲେ ବି ଗାନ୍ଧି ପରିବାରର ବଂଶଜଙ୍କ ସହ ହାତ ମିଳାଇବା ନାହିଁ। କାରଣ ଗାନ୍ଧି ପରିବାର ହେଉଛନ୍ତି ଶିଖମାନଙ୍କ ହତ୍ୟାକାରୀ।” 

ଦିଲ୍ଲୀର ମନ୍ତ୍ରୀ ତଥା ଶିଖ ନେତା ମଞ୍ଜିନ୍ଦର ସିଂହ ସିର୍ସା ମଧ୍ୟ ରାହୁଲ ଗାନ୍ଧିଙ୍କ ବିଶ୍ୱାସଘାତକ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାହୁଲ ଗାନ୍ଧି ଓ ଗାନ୍ଧି ପରିବାର ହେଉଛନ୍ତି ବିଶ୍ୱାସଘାତକ। ଶିଖ ଓ ସର୍ଦ୍ଦାର କେବେ ହେଲେ ବିଶ୍ୱାସଘାତକ ନୁହନ୍ତି। କଂଗ୍ରେସ ମାନସିକତାରେ କୌଣସି ପରିବର୍ତ୍ତନ ହୋଇ ନଥିବା ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।” 

କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧିଙ୍କ ବୟାନକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛି। ଜଣେ ଧୋକାବାଜଙ୍କୁ କୌଣସି ଅନ୍ୟ ଶବ୍ଦ ସୁଟ କରିବ ନାହିଁ। କଂଗ୍ରେସ ସାଂସଦ ଅମରିନ୍ଦର ରାଜା ୱାର୍ଣ୍ଣିଂ କହିଛନ୍ତି, “ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ନ ଦିଆଗଲେ ଆମେ ଆଉ କ’ଣ କରିବୁ? ବିଟ୍ଟୁଙ୍କୁ କିଏ ସାଂସଦ କରିଛି? ଜଣେ ଧୋକାବାଜଙ୍କୁ ଆମେ ଆଉ କ’ଣ କହିବୁ?” 

କଂଗ୍ରେସର ୮ ଜଣ ସାଂସଦଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଗତକାଲି ବାଚସ୍ପତି ବଜେଟ ଅଧିବେଶନ(Budget Session 2026)ରୁ ନିଲମ୍ବନ କରିଥିଲେ। ଏହା ବିରୋଧରେ ଆଜି କଂଗ୍ରେସ ସାଂସଦମାନେ ଧାରଣା ଦେଇଥିବା ବେଳେ ପୂରା ଘଟଣା ଘଟିଛି। 

Rahul Gandhi Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe