Advertisment

'ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, କିନ୍ତୁ ରାହୁଲ ଦଳ ପାଇଁ'

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଦିନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମୁଖିଆ ଆରବିନ୍ଦ କେଜ୍ରିୱାଲ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେ ଏହାର ପାଲଟା ଜବାବ ଦେଇଛନ୍ତି ଆପ୍‌ ସୁପ୍ରିମୋ।

Kejriwal and Rahul

Kejriwal and Rahul

Advertisment

'ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି। କିନ୍ତୁ ରାହୁଲ ଗାନ୍ଧି କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଲଢ଼ୁଛନ୍ତି।' ଆଜି ଏଭଳି କିଛି କହି କଂଗ୍ରେସ ଉପରେ ବର୍ଷିଛନ୍ତି ଅମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଦିନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମୁଖିଆ ଆରବିନ୍ଦ କେଜ୍ରିୱାଲ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତୁଳନା କରି ଉଭୟ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଅଭିଯୋଗ ଆଣିଥିଲେ।

ଆଜି କେଜ୍ରିଓ୍ୱାଲ ଏହାର ପାଲଟା ଜବାବ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ରାହୁଲ ଗାନ୍ଧିଙ୍କ ବିରୋଧରେ କିଛି କହିବି ନାହିଁ। ମୁଁ ଦେଶକୁ ବଞ୍ଚାଇବା ପାଇଁ ଲଢ଼ୁଛି। ହେଲେ ସେ କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଯୁଦ୍ଧ କରୁଛନ୍ତି।

Advertisment

ସେହିପରି ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି କେଜ୍ରିଓ୍ୱାଲ। ନିର୍ବାଚନରେ ବିଜେପି ଖୋଳାଖୋଲି ଭାବେ ଟଙ୍କା ବାଣ୍ଟୁଥିବା ସେ ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଦିଲ୍ଲୀରେ ଆପ୍‌ର ସ୍ଥିର ସରକାର ଗଠନ ହେବାକୁ ଯାଉଥିବା ନେଇ ସ୍ପଷ୍ଟ ହେବାରେ ଲାଗିଛି। ଦିଲ୍ଲୀ ହାସଲ କରିବାକୁ ବିଜେପି ଭୋଟରଙ୍କୁ ଟଙ୍କା ବାଣ୍ଟୁଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ନେତାମାନଙ୍କୁ ବାଣ୍ଟିବା ପାଇଁ ୧୦ ହଜାର ଲେଖାଏଁ ଦିଆଯାଇଥିଲା, କିନ୍ତୁ ସେମାନେ ନିଜ ପାଖରେ ୯ ହଜାର ରଖି ଲୋକମାନଙ୍କୁ କବେଳ ୧ ହଜାର ଟଙ୍କା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିଲାଗି ବିଜେପି ପ୍ରତି ଲୋକଙ୍କ ମଧ୍ୟରେ ଆସନ୍ତୋଷ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।

କହିରଖୁ ଯେ, ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ୍‌। ଫେବ୍ରୁଆରୀ ୮ ତାରିଖରେ ଭୋଟ୍‌ ଗଣତି ହେବ।

Arvind Kejriwal Delhi Assembly Election Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe