Advertisment

ରାଲି ପୂର୍ବରୁ ବିଗିଡିଲା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା

ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ପୂର୍ବରୁ ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି।

author-image
Madhupriya Mistry
undefined

Rahul Gandhi

ଲୋକସଭା ନିର୍ବାଚନ ମଧ୍ୟରେ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏଥିଯୋଗୁ ସେ ରାଞ୍ଚିରେ ଆୟୋଜିତ ହୋଇଥିବା ରାଲିରେ ଆଉ ଯୋଗ ଦେଇପାରିବେ ନାହିଁ। କେବଳ ସେତିକି ନୁହେଁ ମଧ୍ୟପ୍ରଦେଶର ସତନାରେ ଅନୁଷ୍ଠିତ ହେବାକୁ ଥିବା ରାଲିରେ ମଧ୍ୟ ରାହୁଲ ଯୋଗ ଦେବେ ନାହିଁ। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

Advertisment

ଜୟରାମ ରମେଶ ନିଜ ଟ୍ୱିଟ୍‌ରେ କହିଛନ୍ତି, ସତନା ଏବଂ ରାଞ୍ଚିରେ ନିର୍ବାଚନ ପ୍ରଚାର ପାଇଁ ଆଜି ଇଣ୍ଡିଆ ମେଣ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ରାଲିରେ ରାହୁଲ ଗାନ୍ଧି ଯୋଗ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। କିନ୍ତୁ ସେ ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ନୂଆଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ। ତାଙ୍କ ବଦଳରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡେଗ ସତନାରେ ହେବାକୁ ଥିବା ରାଲିରେ ସମ୍ବୋଧିତ କରିବେ। ଏହା ପରେ ସେ ରାଞ୍ଚିରେ ଇଣ୍ଡିଆ ଆଲାଏନ୍ସ ରାଲିରେ ଯୋଗଦେବେ।

Advertisment

ସେପଟେ କଂଗ୍ରେସ ରାଜ୍ୟ ସଭାପତି ଜିତୁ ପଟ୍ଟଓ୍ୱାରୀ କହିଛନ୍ତି, ରାହୁଲ ଗାନ୍ଧି ଖୁବଶୀଘ୍ର ରାଜ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ଲୋକଙ୍କ ସହ ଆଲୋଚନା କରିବେ। କହିରଖୁ ଯେ, ରାହୁଲ ଗାନ୍ଧି ରବିବାର ମଧ୍ୟପ୍ରଦେଶର ସତନାରେ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଏକ ଜନସଭା କରିବା କାର୍ଯ୍ୟକ୍ରମ ଥିଲା।

ରାଞ୍ଚିରେ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ରବିବାର ‘ଇଣ୍ଡିଆ’ ମିଳିତ ମେଣ୍ଟର ଏକ ପ୍ରଦର୍ଶନ ରହିଛି। ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ମେଗା ରାଲିର ନାମ ‘ଅଲଗୁଲାନ ନ୍ୟାୟ ରାଲି’ ରଖାଯାଇଛି। ଏହି ରାଲିରେ ପ୍ରାୟ ୧୪ଟି ଦଳର ନେତା ଅଂଶଗ୍ରହଣ କରିବେ।

Ranchi Rally Health Issue Rahul Gandhi Congress INDIA Alliance