Advertisment

ଉଦ୍ଧବ ଗୋଷ୍ଠୀଙ୍କୁ ଶକ୍ତ ଝଟକା: ସିନ୍ଦେ କ୍ୟାମ୍ପରେ ଯୋଗଦେବେ ଆଦିତ୍ୟ ଠାକରେଙ୍କ ସହଯୋଗୀ

ରାହୁଲ ଶିବସେନା(ଉଦ୍ଧବ ବାଲାସାହେବ ଠାକେର)ର ବାନ୍ଦ୍ରା ଚେହେରା ଥିଲେ।

Rahul Kanal

Rahul Kanal

Advertisment

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ ତାଙ୍କର ଯୁବ ସେନାକୁ ଶକ୍ତ ଝଟକା ଲାଗିଛି। ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ରାହୁଲ କାନାଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବାକୁ ଯାଉଛନ୍ତି। ଆଜି ହିଁ ରାହୁଲ ମୁମ୍ବାଇରେ ବିଧିବଦ୍ଧ ଭାବେ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବେ।

Advertisment

ରାହୁଲ ଶିବସେନା(ଉଦ୍ଧବ ବାଲାସାହେବ ଠାକେର)ର ବାନ୍ଦ୍ରା ଚେହେରା ଥିଲେ। ୧୦ ବର୍ଷ ତଳେ ଆଦିତ୍ୟ ଠାକରେଙ୍କ ନେତୃତ୍ୱରେ ଯୁବ ସେନା ଗଠନ କରାଯାଇଥିଲା। ସେବେଠାରୁ ହିଁ ରାହୁଲ ଯୁବ ସେନା ଓ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ଭାବେ କାମ କରୁଥିଲେ। ତେବେ ନିକଟରେ ସେ ଯୁବ ସେନାର କୋର କମିଟିରୁ ଇସ୍ତଫା ଦେଇଥିଲେ। ଏବେ ସେ ପୂରା ଦଳ ଛାଡ଼ି ସିନ୍ଦେଙ୍କ କ୍ୟାମ୍ପରେ ମିଶିବାକୁ ଯାଉଛନ୍ତି।

ରାହୁଲଙ୍କ ପୂର୍ବରୁ କିଛି ସପ୍ତାହ ତଳେ ପୂର୍ବତନ କର୍ପୋରେଟର ଅମୀୟ ଘୋଲେ ମଧ୍ୟ ଦଳ ଛାଡ଼ି ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଥିଲେ। ଆଗକୁ ବିଏମସି ନିର୍ବାଚନ ଥିବା ବେଳେ ଘୋଲେ ଓ ରାହୁଲଙ୍କ ଭଳି ନେତା ଦଳ ଛାଡ଼ିବା ଉଦ୍ଧବ ଠାକେର ଆଣ୍ଡ କୋଙ୍କ ପାଇଁ ଘାତକ ହେବ ବୋଲି ରାଜନୀତିକ ସମୀକ୍ଷକମାନେ ମତ ରଖିଛନ୍ତି।

Advertisment

ବିଏମସିରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଆଜି ଆଦିତ୍ୟ ଠାକରେ ଶୋଭାଯାତ୍ରା କରୁଥିବା ବେଳେ ରାହୁଲ ମୁମ୍ବାଇ ଠାରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଉପସ୍ଥିତିରେ ତାଙ୍କ କ୍ୟାମ୍ପରେ ସାମିଲ ହେବେ।

ରାହୁଲ କହିଛନ୍ତି, “ମୁମ୍ବାଇ, ବାନ୍ଦ୍ରା ଓ ଅନ୍ୟ ରିଜନର ବିକାଶ ପାଇଁ ଏପରି ନିଷ୍ପତ୍ତି ନେଇଛି। ଆତ୍ମସମ୍ମାନ ପାଇଁ ମୁଁ ଦଳ ଛାଡ଼ୁଛି। ସମୟ ଥାଉଥାଉ ନେତୃବୃନ୍ଦ ସବୁଥିରେ ହସ୍ତକ୍ଷେପ କରି ସମାଧାନ କରିବାର ଥିଲା।

କିନ୍ତୁ ସେମିତି କିଛି ହେଲାନି। ଏବେ ମୁଁ ନିଶ୍ଚିତ ଯେ ମୁଖ୍ୟମନ୍ତ୍ରୀ ମୋ ଭଳି ଯୁବ କର୍ମୀଙ୍କୁ ନ୍ୟାୟ ଦେବେ ଓ ବିକାଶର ମାର୍ଗରେ ଯିବାକୁ ପ୍ରେରଣା ଯୋଗାଇବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ନେତୃତ୍ୱ ଉପରେ ମୋର ପୂରା ଭରସା ରହିଛି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତବର୍ଷ ରାହୁଲଙ୍କ ଘରେ ଆୟକର ବିଭାଗ ରେଡ କରିଥିଲା। ଏହାକୁ ନେଇ ବେଶ ତମ୍ଭୀତୋଫାନ ମଧ୍ୟ ହୋଇଥିଲା। ହେଲେ ଏବେ ରାହୁଲ ବିଜେପିର ସହଯୋଗୀ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବାକୁ ଯାଉଛନ୍ତି।

Uddhav Thackeray Maharashtra Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe