Advertisment

ରାହୁଲ ନାର୍ଭେକର୍‌ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ରାହୁଲ ନର୍ଭେକର ମହାରାଷ୍ଟ୍ରର କୋଲାବା ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

author-image
Madhupriya Mistry
Rahul Narvekar

Rahul Narvekar

ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ଭାବରେ ରାହୁଲ ନର୍ଭେକର ନିର୍ବାଚିତ ହୋଇଛନ୍ତି। ଏହି ନିଷ୍ପତ୍ତି ପ୍ରୋଟେମ୍ ସ୍ପିକର କାଲିଦାସ କୋଲାମ୍ବକର ନେଇଛନ୍ତି। ବାସ୍ତବରେ କେବଳ ରାହୁଲ ନର୍ଭେକର ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ଏଥିପାଇଁ ନାମାଙ୍କନପତ୍ର ଦାଖଲ କରି ନଥିଲେ। ଏହି କାରଣରୁ ରାହୁଲଙ୍କୁ ନିର୍ବିରୋଧରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

Advertisment

ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ରର ୧୪ ତମ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ନର୍ଭେକର ମୁମ୍ବାଇର କୋଲାବା ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ୱାରଙ୍କ ସହ ନାର୍ଭେକର ରବିବାର ବିଧାନସଭା ସଚିବ ଜିତେନ୍ଦ୍ର ଭୋଲେଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ତେବେ ମହାବିକାଶ ଅଘାଡି ମେଣ୍ଟ ତରଫରୁ କୌଣସି ବି ବିଧାୟକ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରି ନଥିଲେ।

ରାହୁଲ ନର୍ଭେକର ମହାରାଷ୍ଟ୍ରର କୋଲାବା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ମୁମ୍ବାଇର ଏକ ଅଂଶ। ରାହୁଲ ଏହା ପୂର୍ବରୁ ଶିବସେନାରେ ଥିଲେ, କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ​​ଟିକେଟ ଦେଇନଥିଲା। ଏହାପରେ ସେ ଏନସିପିରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ଏନସିପି ଟିକେଟ୍‌ରେ ମାଭଲ ଆସନରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ବି ସେ ଦଳ ସହ ରହିଥିଲେ।

Advertisment

ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଅଧିକ ଥାଏ ସେହି ଦଳରୁ ସର୍ବଦା ବାଚସ୍ପିତ ଚୟନ କରାଯାଏ। ମହାରାଷ୍ଟ୍ର ବିଧାନସଭା ୨୦୨୪ ନିର୍ବାଚନରେ ମହାୟୁତି ମେଣ୍ଟ ପ୍ରଚଣ୍ଡ ବହୁମତ ହାସଲ କରିଛି। ମହାରାଷ୍ଟ୍ରରେ ମହାୟୁତିର ସରକାର ଗଠନ ହୋଇଛି। ଏହି କାରଣରୁ ଏହି ମିଳିତ ମେଣ୍ଟର ନେତାଙ୍କୁ ବାଚସ୍ପତି ଭାବରେ ମନୋନୀତ କରାଯାଇଛି।

Maharashtra Assembly Rahul Narvekar