Advertisment

ରାହୁଲ ନବୀନ ଇଡିର ନୂଆ ନିର୍ଦ୍ଦେଶକ

ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇଆରଏସ୍‌ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି।

Rahul Navin

Rahul Navin

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ରାହୁଲ ନବୀନ। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କୁ ଭାରତ ସରକାର ପୂର୍ଣ୍ଣକାଳୀନ ଇଡି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ଏହି ପଦବୀରେ ସେ ଆସନ୍ତା ୨ ବର୍ଷ ପାଇଁ କାର୍ଯ୍ୟ କରିବେ।

Advertisment

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆଇଆରଏସ୍‌ ରାହୁଲ ନବୀନଙ୍କୁ ଇଡିର ସ୍ଥାନୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି। ସେ ଏହି ପଦରେ ଦାୟିତ୍ୱ ନେବା ଠାରୁ ୨ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ।

୫୭ ବର୍ଷୀୟ ରାହୁଲ ୨୦୧୯ରେ ଇଡିରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ୧୯୯୩ ବ୍ୟାଚ୍‌ର ଆଇଆରଏସ୍‌ ଅଫିସର ନବୀନଙ୍କୁ ଗତବର୍ଷ ସେପ୍ଟେମ୍ବର ମାସରେ ଇଡିର କାର୍ଯ୍ୟକାରୀ ମୁଖ୍ୟ କରାଯାଇଥିଲା। ଏବେ ସେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ହୋଇଛନ୍ତି।

Advertisment

ରାହୁଲ ନବୀନଙ୍କ କାର୍ଯ୍ୟକାଳ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଳି ହେଭିୱେଟଙ୍କୁ ଇଡି ଗିରଫ କରିଥିଲା।

ପୂର୍ବରୁ ସଞ୍ଜୟ କୁମାର ମିଶ୍ରାର ଇଡିର ନିର୍ଦ୍ଦେଶକ ରହିଥିଲେ। ତାଙ୍କ କାର୍ଯ୍ୟକାଳ ଅବଧିକୁ କେନ୍ଦ୍ର ସରକାର ବାରମ୍ବାର ବୃଦ୍ଧି କରିବାରୁ ଏହାକୁ ସୁପ୍ରିମକୋର୍ଟ ବେଆଇନ କହିଥିଲେ। ସୁପ୍ରିମକୋର୍ଟଙ୍କ ତାଗିଦ ପରେ କେନ୍ଦ୍ର ସରକାର ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ।

ED Raid Rahul Navin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe