Advertisment

ଅମେଠି ନୁହେଁ, ରାୟବରେଲିରୁ ଲଢ଼ିବେ ରାହୁଲ!

ଅମେଠିରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଅମେଠି ନୁହେଁ ରାୟବରେଲିରୁ ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି।

undefined

Rahul Gandhi and Priyanka Gandhi

Advertisment

ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ଭୋଟ ସରିଲାଣି। ଆହୁରି ଅନେକ ସ୍ଥାନରେ ଭୋଟ ହେବା ବାକି ଅଛି। ସମସ୍ତ ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରୁଛନ୍ତି। ତେବେ ଏସବୁ ଭିତରେ ଉତ୍ତରପ୍ରଦେଶର ଅମେଠି ଓ ରାୟରବରେଲି ଆସନରେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଦେଇନାହିଁ। ଏହି ଦୁଇଟି ଆସନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

Advertisment

ଏହାରି ଭିତରେ ଅମେଠିରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଅମେଠି ନୁହେଁ ରାୟବରେଲିରୁ ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ସୂତ୍ରରୁ ଏହି ସୂଚନା ମିଳିଛି। ସେହିପରି ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଗାନ୍ଧିଙ୍କ ବର୍ତ୍ତମାନ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ କୌଣସି ଯୋଜନା କରାଯାନାହିଁ।

ଏହାପୂର୍ବରୁ ଶନିବାର ଦିନ ଉତ୍ତରପ୍ରଦେର ଅମେଠି ଓ ରାୟବରେଲି ଆସନ ପାଇଁ ଦଳ ତରଫରୁ ଆଉ କିଛି ଦିନ ମଧ୍ୟରେ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ। ସୂଚନାନୁସାରେ, କଂଗ୍ରେସର ଉତ୍ତରପ୍ରଦେଶର ପ୍ରଭାରୀ ଅବିନାଶ ପାଣ୍ଡେ ଏବଂ ବିଧାନସଭା ଦଳର ନେତା ଆରାଧନା ମିଶ୍ର ରାହୁଲ ଗାନ୍ଧିଙ୍କୁ ଆମେଠିରୁ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ବୋଲି ହାଇକମାଣ୍ଡକୁ ଅନୁରୋଧ କରିଛନ୍ତି। ତେବେ କିଏ କେଉଁ ଆସନରୁ ଲଢ଼ିବ ତାହା ଦଳ ତରଫରୁ ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ।

Advertisment

ରାହୁଲ ଗାନ୍ଧି ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଆମେଠିରୁ ଲୋକସଭା ସଦସ୍ୟ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ​​ତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରାହୁଲ ଗାନ୍ଧି ଚଳିତ ନିର୍ବାଚନରେ ପୁଣି ଥରେ କେରଳର ୱାୟନାଡରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ଶୁକ୍ରବାର ଦିନ ମତଦାନ ଶେଷ ହୋଇଛି।

Amethi Rahul Gandhi Congress Raebareli Seat Uttar Pradesh Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe