/odisha-reporter/media/post_attachments/uploadimage/library/16_9/16_9_0/Revanth_1701881287.jpg)
Revanth
ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ କଂଗ୍ରେସ ନେତା ରେବାନ୍ଥ ରେଡ୍ଡୀ। ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ଅପରାହ୍ନ ଗୋଟାଏ ବେଳେ ସେ ଶପଥ ନେବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯୋଗ ଦେବେ ବୋଲି ଜଣାପଡ଼ିଛି।
Advertisment
ଆଜି ରେବାନ୍ଥ ରେଡ୍ଡୀ ଦିଲ୍ଲୀ ଯାଇ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ପରେ ସେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ସେ ସୋନିଆ ଗାନ୍ଧିଙ୍କ ବାସଭବନରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ଭେଟିଥିଲେ।
୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନ ଜିତିଛି। ଅନ୍ୟପକ୍ଷରେ ରାଜ୍ୟ ଗଠନ ହେବା ପରଠୁ ୨୦୧୪ରୁ ଲଗାତାର ଦୁଇ ଥର ସରକାରରେ ରହିଥିବା ଭାରତ ରାଷ୍ଟ୍ର ସମିତି (BRS) ମାତ୍ର ୩୯ଟି ଆସନ ଜିତିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
