Advertisment

ରାହୁଲ ଓ ସୋନିଆଙ୍କୁ ନେଇ ଯାଉଥିବା ବିମାନର ଜରୁରୀ ଅବତରଣ

ଖରାପ ପାଗ ଯୋଗୁ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଫଳରେ ପାଇଲଟ ବିମାନ ଆଗକୁ ନେବାକୁ ସୁରକ୍ଷିତ ମଣି ନଥିଲେ। ତେଣୁ ସେ ବାଧ୍ୟ ହୋଇ ଗାନ୍ଧି ପରିବାରର ପ୍ରାଇଭେଟ ଜେଟ୍‌କୁ ଭୋପାଲରେ ଲ୍ୟାଣ୍ଡ କରାଇଥିବା ଜଣାପଡ଼ିଛି।

author-image
Hemant Lenka
sonia Gandhi

sonia Gandhi

ବେଙ୍ଗାଲୁରୁରୁ ବିରୋଧୀଙ୍କ ମହାବୈଠକ ପରେ ଦିଲ୍ଲୀ ଫେରୁଥିବା କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମା-ପୁଅ ଯେଉଁ ବିମାନରେ ଦିଲ୍ଲୀ ଫେରୁଥିଲେ, ତାହା ମଧ୍ୟପ୍ରଦେଶର ଭୋପାଲରେ ଜରୁରିକାଳୀନ ଅବତରଣ କରିଛି।

Advertisment

ଖରାପ ପାଗ ଯୋଗୁ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଫଳରେ ପାଇଲଟ ବିମାନ ଆଗକୁ ନେବାକୁ ସୁରକ୍ଷିତ ମଣି ନଥିଲେ। ତେଣୁ ସେ ବାଧ୍ୟ ହୋଇ ଗାନ୍ଧି ପରିବାରର ପ୍ରାଇଭେଟ ଜେଟ୍‌କୁ ଭୋପାଲରେ ଲ୍ୟାଣ୍ଡ କରାଇଥିବା ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁରେ ଅନୁଷ୍ଠିତ ୨୬ଟି ବିରୋଧୀ ଦଳର ବୈଠକ ଶେଷ ହୋଇଥିଲା। ଏହାପରେ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ସେମାନଙ୍କ ପ୍ରାଇଭେଟ ଜେଟ୍‌ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲେ।

Advertisment

କିନ୍ତୁ ଅଧା ରାସ୍ତାରେ ଖରାପ ପାଗ ଯୋଗୁ ବିମାନରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ତେଣୁ ପାଇଲଟ ଏହାର ଜରୁରୀ ଅବତରଣ କରିବାକୁ ଚାହିଁଥିଲେ। ଏହାପରେ ସେ ଭୋପାଲ ଏୟାରପୋର୍ଟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ସେଠାରୁ ଜରୁରୀ ଅବତରଣ ପାଇଁ ଅନୁମତି ମିଳିବା ପରେ ରାହୁଲ ଓ ସୋନିଆଙ୍କ ବିମାନ ଭୋପାଲ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲେ। ସନ୍ଧ୍ୟା ପ୍ରାୟ ୭.୪୦ରେ ମା’-ପୁଅ ଭୋଲପାଲରେ ଲ୍ୟାଣ୍ଡ କରିଥିବା ରିପୋର୍ଟ ପ୍ରକାଶ ପାଇଛି। 

ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିବାରୁ ଉଭୟ ଏବେ ଇଣ୍ଡିଗୋ ବିମାନେ ଦିଲ୍ଲୀ ଫେରିବେ ବୋଲି ଜଣାପଡ଼ିଛି। କିନ୍ତୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

Rahul Gandhi Sonia Gandhi