/odisha-reporter/media/media_files/2025/11/04/doctor-2025-11-04-16-10-32.jpg)
ଗିରଫ ପଲ୍
ଅବକାରୀ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ (ଏସ୍ଟିଏଫ)ର ବଡ଼ ଧରଣର ରେଡ। ଜଣେ ପୋଷ୍ଟ ଗ୍ରାଜ୍ୟୁଏଟ ଡାକ୍ତରଙ୍କ ଭଡ଼ା ଘରେ ତେଲଙ୍ଗାନା ଏସଟିଏଫ କରିଛି ଚଢ଼ଉ। ଏହି ରେଡ ବେଳେ ଡାକ୍ତରଙ୍କ ଘରୁ କେମିତି ପୂରା ହାଇଦ୍ରାବାଦ(Hyderabad) ସହରରୁ ନିଶା ଦ୍ରବ୍ୟ(Drugs Case) ଚାଲାଣ ହେଉଥିଲା, ତା’ର ପର୍ଦ୍ଦାଫାସ ହୋଇଛି। ନିଶା ଦ୍ରବ୍ୟ ଚୋରା ଚାଲାଣ ପେଣ୍ଠ ସ୍ଥଳ ଡାକ୍ତରଙ୍କ ଘର ଥିଲା ବୋଲି ଏସଟିଏଫ ଜାଣିବାକୁ ପାଇଛି।
ହାଇଦ୍ରାବାଦର ମୁଶୀରାବାଦରେ ଥିବା ଡାକ୍ତର ଜନ ପଲଙ୍କ ଘରେ ଏସଟିଏଫର ବି’ ଟିମ ହଠାତ୍ ରେଡ କରିଥିଲା। ଏହି ସମୟରେ ସେଠାରୁ ୬ ପ୍ରକାରର ଉଚ୍ଚ ତଥା ଦାମୀ ନିଶାଦ୍ରବ୍ୟ ମିଳିଥିଲା। ଏହାର ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏସଟିଏଫ ପଲଙ୍କୁ ଗିରଫ କରିଥିବା ବେଳେ ତାଙ୍କର ୩ ଜଣ ସହଯୋଗୀ ଫେରାର ରହିଛନ୍ତି।
ନିୟମିତ ଡ୍ରଗ୍ସ ନେଉଥିବା ଡାକ୍ତର ପଲ ଧୀରେଧୀରେ ଚୋରାଚାଲାଣ ଅପରେସନରେ ସାମିଲ ହୋଇଥିଲେ। ଏଥିରୁ ମିଳୁଥିବା ଟଙ୍କାରୁ ସେ ନିଜ ପାଇଁ ନିଶାଦ୍ରବ୍ୟ କିଣୁଥିଲେ। ପ୍ରମୋଦ, ସନ୍ଦୀପ ଓ ଶରତ ନାମକ ୩ ଜଣ ବନ୍ଧୁଙ୍କ ମିଶି ସେ ନିଶା ଦ୍ରବ୍ୟର ଚୋରାଚାଲାଣ ଆରମ୍ଭ କରିଥିଲେ। ପଲ ଜଣେ ଡାକ୍ତର ହୋଇଥିବାରୁ ପ୍ରମୋଦ, ସନ୍ଦୀପ ଓ ଶରତ ତାଙ୍କ ଘରକୁ ହିଁ ନିଶାଦ୍ରବ୍ୟ ଚୋରା ଚାଲାଣର ସୁରକ୍ଷିତ ଆଡ୍ଡା ବନାଇ ଦେଇଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ ପଲଙ୍କ ଭଡ଼ା ଘର କେବଳ ନିଶାଦ୍ରବ୍ୟ ସଂରକ୍ଷିତ କରି ରଖିବାର ଠିକଣା ନଥିଲା, ବରଂ ପୂରା ବିତରଣ ନେଟୱର୍କର ଏହା ପ୍ରାଥମିକ ପେଣ୍ଠସ୍ଥଳ ଭାବେ କାମ କରୁଥିଲା।
ପ୍ରମୋଦ, ସନ୍ଦୀପ ଓ ଶରତ ଦିଲ୍ଲୀ, ବେଙ୍ଗାଲୁରୁ ଭଳି ବଡ଼ବଡ଼ ମେଟ୍ରୋ ସହରରୁ ବିପୁଳ ପରିମାଣର ଡ୍ରଗ୍ସ ଆଣିବା କାମରେ ନିୟୋଜିତ ଥିଲେ। ସେମାନେ ଡ୍ରଗ୍ସକୁ ବାହାର ସହରରୁ ଆଣି ପଲଙ୍କ ମୁଶୀରାବାଦ ଭଡ଼ା ଘରେ ରଖୁଥିଲେ। ଏହାକୁ ପଲ ନିଜ ଘରେ ରଖୁଥିଲେ ଓ ୩ ଜଣ ଯାକ ବୁଝୁ ଥିବା ଗ୍ରାହକଙ୍କୁ ବିକ୍ରି କରୁଥିଲେ।
ପଲ ନିଜ ଘରେ ନିଶାଦ୍ରବ୍ୟ ରଖୁଥିବାରୁ ତାଙ୍କୁ ଏହାକୁ ମାଗଣାରେ ବ୍ୟବହାର କରିବାକୁ ମଧ୍ୟ ପ୍ରମୋଦ, ସନ୍ଦୀପ ଓ ଶରତ ଅନୁମତି ଦେଉଥିଲେ। ପଲ ସବୁବେଳେ ନିଶାରେ ବୁଡ଼ି ରହୁଥିଲେ ଓ ପ୍ରମୋଦ, ସନ୍ଦୀପ ଓ ଶରତ ତାଙ୍କ ଘରକୁ ବ୍ୟବହାର କରି ନିଜର ନିଶା ବେପାର(Drugs Smuggling) ଜାରି ରଖିଥିଲେ।
ଗୁଇନ୍ଦା ତଥ୍ୟ ଆଧାରରେ ଏସଟିଏଫ ପକ୍ଷରୁ ପଲଙ୍କ ଘରେ ରେଡ କରାଯାଇଥିଲା। ଏହି ସମୟରେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବ୍ୟାନ ନିଶାଦ୍ରବ୍ୟ(Drugs Seized) ଜବତ ହୋଇଛି।
ଏହା ମଧ୍ୟରେ ଓଜି କୁଶ(୨୬.୯୫ ଗ୍ରାମ), ଏମଡିଏମ(୬.୨୧ ଗ୍ରାମ), ୧୫ ଏଲଏସଡି ଷ୍ଟିକ୍ସ, କୋକେନ ୧.୩୨ ଗ୍ରାମ, ଗୁମୁସ ୫.୮୦ ଗ୍ରାମ ଓ ହାଶିଶ ତେଲ ୦.୦୦୮ ଗ୍ରାମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
