ଜେଲ ଭିତରେ ଭୋ ଭୋ ହୋଇ କାନ୍ଦିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ଚଢ଼ାଇ ବେଳେ ଧରାପଡିଲା ତା’ର ସତ। ଜେଲ୍ ଭିତରେ ସୁକେଶ ପିନ୍ଧୁଥିଲା ଦେଢ଼ ଲକ୍ଷର ଚପଲ ସାଙ୍ଗକୁ ୮୦ ହଜାର ଟଙ୍କାର ଜିନ୍ସ। ଜେଲ୍ ଭିତରେ ତା’ ପାଖରୁ ମିଳିଛି ଏଭଳି କିଛି ଦାମୀ ଜିନିଷ। ଏହି ଲଗ୍ଜୁରୀ ଜିନିଷ ମିଳିବା ପରେ କାନ୍ଦି ପକାଇଛି ମହାଠକ ସୁକେଶ, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୨୦୦ କୋଟି ଟଙ୍କାର ଠକେଇ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦୀ ଅଛି। ବୁଧବାର ଅଚାନକ ସିଆରପିଏଫ୍ ଟିମ୍ ସେ ଥିବା ଜେଲ୍ କଠୋରୀର ତଲାସି ନେଇଥିଲା। ଏହି ଚଢ଼ାଉ ବେଳେେ ସୁକେଶ ସେଲରୁ ମିଳିଥିଲା ଦେଢ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ।
ସୁକେଶ ଜେଲ୍ରେ ବନ୍ଦୀ ଥାଇ ତା’ପାଖରୁ ଏତେ ଦାମୀ ଜିନିଷ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ଚଢ଼ାଉ କରିଥିବା ଅଧିକାରୀ। ଜେଲରେ ସୁକେଶର ସେଲରୁ ଯାହା ସବୁ ସାମଗ୍ରୀ ମିଳିଲା ତାକୁ ଦେଖି ଅଧିକାରୀମାନେ ଚିକିତ ହୋଇଯାଇଥିଲେ। ସୁକେଶ ପାଖରୁ ଗୁସି ବ୍ରାଣ୍ଡର ଦେଢ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ମିଳିଥିଲା। ଏତିକିରେ କଥା ସରିନଥିଲା। ଚଢ଼ାଉ ବେଳେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖି ବିକଳ ହୋଇ କାନ୍ଦି ପକାଇଥିଲା ସୁକେଶ।
#WATCH | Luxury items found in conman Sukesh Chandrasekhar’s jail cell. CCTV visuals from Mandoli jail shared by sources show Sukesh after raids caught items in his jail cell.
— ANI (@ANI) February 23, 2023
(Source: Mandoli Jail Administration) pic.twitter.com/Fr77ZAsGbF
ତିହାର ଜେଲ୍ର୍ ଦୀପକ ଶର୍ମା, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଜୟ ସିଂହ ଏବଂ ସେଣ୍ଟ୍ରାଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ସୁକେଶ ସେଲ୍ରେ ଚଢ଼ାଉ କରିଥିବା ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ।
ମନି ଲଣ୍ଡରିଂ, ଠକେଇ ଏବଂ କେତେଜଣ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ବଟି ଆଦାୟ କରିଥିବା ଅଭିଯୋଗରେ ସୁକେଶକୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଛି। ପ୍ରଥମେ ସୁକେଶ ଓ ତାଙ୍କ ସ୍ତ୍ରୀ ଲୀନା ପଲ୍ଙ୍କୁ ଦିଲ୍ଲୀର ହାଇ ସିକ୍ୟୁରିଟି ତିହାର ଜେଲ୍ରେ ରଖାଯାଇଥିଲା। କିନ୍ତୁ, ଜୀବନ ପ୍ରତି ବିପଦ ଅଛି ବୋଲି କହି ଅନ୍ୟ ଜେଲ୍କୁ ନେବା ବ୍ୟବସ୍ଥା କରିବା ପାଇଁ ସୁକେଶ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା। ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ତାକୁ ୨୦୨୨ ଅଗଷ୍ଟରେ ମଣ୍ଡୋଲୀ ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।