Advertisment

ଜେଲ୍‌ରେ ସୁକେଶ ପିନ୍ଧୁଛି ଦେଢ଼ ଲକ୍ଷର ଚପଲ, ୮୦ ହଜାରର ଜିନ୍ସ, ଚଢ଼ାଉ ବେଳେ କାନ୍ଦିଲା

ଚଢ଼ାଉ ବେଳେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖି ବିକଳ ହୋଇ କାନ୍ଦି ପକାଇଥିଲା ସୁକେଶ।

ଅଦ୍ୟତନ ହୋଇଛି
Sukesh Chandrashekhar

Sukesh Chandrashekhar

Advertisment

ଜେଲ ଭିତରେ ଭୋ ଭୋ ହୋଇ କାନ୍ଦିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ଚଢ଼ାଇ ବେଳେ ଧରାପଡିଲା ତା’ର ସତ। ଜେଲ୍ ଭିତରେ ସୁକେଶ ପିନ୍ଧୁଥିଲା ଦେଢ଼ ଲକ୍ଷର ଚପଲ ସାଙ୍ଗକୁ ୮୦ ହଜାର ଟଙ୍କାର ଜିନ୍ସ। ଜେଲ୍ ଭିତରେ ତା’ ପାଖରୁ ମିଳିଛି ଏଭଳି କିଛି ଦାମୀ ଜିନିଷ। ଏହି ଲଗ୍‌ଜୁରୀ ଜିନିଷ ମିଳିବା ପରେ କାନ୍ଦି ପକାଇଛି ମହାଠକ ସୁକେଶ, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

୨୦୦ କୋଟି ଟଙ୍କାର ଠକେଇ ମାମଲାରେ ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦୀ ଅଛି। ବୁଧବାର ଅଚାନକ ସିଆରପିଏଫ୍ ଟିମ୍ ସେ ଥିବା ଜେଲ୍ କଠୋରୀର ତଲାସି ନେଇଥିଲା। ଏହି ଚଢ଼ାଉ ବେଳେେ ସୁକେଶ ସେଲରୁ ମିଳିଥିଲା ଦେଢ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ। 

ସୁକେଶ ଜେଲ୍‌ରେ ବନ୍ଦୀ ଥାଇ ତା’ପାଖରୁ ଏତେ ଦାମୀ ଜିନିଷ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ଚଢ଼ାଉ କରିଥିବା ଅଧିକାରୀ। ଜେଲରେ ସୁକେଶର ସେଲରୁ ଯାହା ସବୁ ସାମଗ୍ରୀ ମିଳିଲା ତାକୁ ଦେଖି ଅଧିକାରୀମାନେ ଚିକିତ ହୋଇଯାଇଥିଲେ। ସୁକେଶ ପାଖରୁ ଗୁସି ବ୍ରାଣ୍ଡର ଦେଢ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ମିଳିଥିଲା। ଏତିକିରେ କଥା ସରିନଥିଲା। ଚଢ଼ାଉ ବେଳେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖି ବିକଳ ହୋଇ କାନ୍ଦି ପକାଇଥିଲା ସୁକେଶ।

Advertisment

ତିହାର ଜେଲ୍‌ର୍ ଦୀପକ ଶର୍ମା, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଜୟ ସିଂହ ଏବଂ ସେଣ୍ଟ୍ରାଲ୍ ସିକ୍ୟୁରିଟି ଫୋର୍ସର କର୍ମଚାରୀମାନେ ସୁକେଶ ସେଲ୍‌ରେ ଚଢ଼ାଉ କରିଥିବା ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ।

ମନି ଲଣ୍ଡରିଂ, ଠକେଇ ଏବଂ କେତେଜଣ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ବଟି ଆଦାୟ କରିଥିବା ଅଭିଯୋଗରେ ସୁକେଶକୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ପ୍ରଥମେ ସୁକେଶ ଓ ତାଙ୍କ ସ୍ତ୍ରୀ ଲୀନା ପଲ୍‌ଙ୍କୁ ଦିଲ୍ଲୀର ହାଇ ସିକ୍ୟୁରିଟି  ତିହାର ଜେଲ୍‌ରେ ରଖାଯାଇଥିଲା। କିନ୍ତୁ, ଜୀବନ ପ୍ରତି ବିପଦ ଅଛି ବୋଲି କହି ଅନ୍ୟ ଜେଲ୍‌କୁ ନେବା ବ୍ୟବସ୍ଥା କରିବା ପାଇଁ ସୁକେଶ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲା। ସୁପ୍ରିମ୍ କ‌ୋର୍ଟଙ୍କ ଆଦେଶକ୍ରମେ ତାକୁ ୨୦୨୨ ଅଗଷ୍ଟରେ ମଣ୍ଡୋଲୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

Viral Video Sukesh Chandrasekhar Money Laundering Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe