Advertisment

୭ ରାଜ୍ୟର ୧୭ଟି ସ୍ଥାନରେ ଏନଆଇଏର ଚଢାଉ

ଲଶ୍କର-ଏ-ତାଇବା (LeT) ଆତଙ୍କବାଦୀଙ୍କ ଦ୍ୱାରା କଏଦୀମାନଙ୍କୁ କଟ୍ଟରପନ୍ଥୀ ପାଇଁ ଉସକାଇବା ମାମଲାରେ ଏନଆଇଏ ଏହି ତଦନ୍ତ କରୁଛି।

author-image
Debibandita Barick
NIA Team File Photo

NIA Team File Photo

ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଜି ଦେଶର ୧୭ଟି ସ୍ଥାନରେ ଚଢାଉ କରିଛି। ଲଶ୍କର-ଏ-ତାଇବା (LeT) ଆତଙ୍କବାଦୀଙ୍କ ଦ୍ୱାରା କଏଦୀମାନଙ୍କୁ କଟ୍ଟରପନ୍ଥୀ ପାଇଁ ଉସକାଇବା ମାମଲାରେ ଏନଆଇଏ ଏହି ତଦନ୍ତ କରୁଥିବା ଜଣାପଡିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳୁ ବେଙ୍ଗାଲୁରୁ ଏବଂ ତାମିଲନାଡୁ ସମେତ ୭ଟି ରାଜ୍ୟରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା। ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ମଙ୍ଗଳବାର ସାତଟି ରାଜ୍ୟର ୧୭ଟି ସ୍ଥାନରେ ଚଢାଉ କରାଯାଉଛି।

ବେଙ୍ଗାଲୁରୁ ନଗର ପୁଲିସ ଅସ୍ତ୍ରଶସ୍ତ୍ର ଜବତ କରିବା ପରେ (ଜୁଲାଇ ୧୮, ୨୦୨୩)ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପ୍ରଥମେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ପଚରାଉଚରା ପରେ ଆଉ ଜଣେକୁ ଗିରଫ କରାଯାଇଥିଲା। ଏହି ମାମଲାକୁ ଗତ ବର୍ଷ ଅକ୍ଟୋବରରେ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା।

Advertisment

ଅଭିଯୋଗ ଅନୁସାରେ, ଲଶ୍କର-ଏ-ତୋଏବା ଅପରେଟିଭ୍ ତଥା କିଙ୍ଗପିନ୍ ଟି ନାସିର ୨୦୧୩ ମସିହାରୁ ବେଙ୍ଗାଲୁରୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି। ତା ସହ ଅନ୍ୟ ଅଭିଯୁକ୍ତ - ମହମ୍ମଦ ଉମର, ମହମ୍ମଦ ଫୈଜଲ ରବାନୀ, ତନବୀର ଅହମ୍ମଦ, ମହମ୍ମଦ ଫାରୁକ୍ ଏବଂ ଜୁନାଦ ଅହମ୍ମଦ ମଧ୍ୟ ୨୦୧୭ରୁ ବେଙ୍ଗାଲୁରୁ ଜେଲରେ ଛନ୍ତି।

ଏହି ସମୟରେ ବେଙ୍ଗାଲୁର ପୁଲିସ ଗିରଫ କରିଥିବା ପାଞ୍ଚ ଜଣଙ୍କୁ ଜେଲରେ କଟ୍ଟରପନ୍ଥୀ କାର୍ଯ୍ୟକଳାପ ପାଇଁ ଉସକାଉଥିଲା ନାସିର। ଏନଆଇଏ ଗତ ବର୍ଷ କହିଥିଲା ଯେ, ନାସିର ଏମାନଙ୍କୁ ହିଂସାତ୍ମକ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରିଥିଲା। ଏନଆଇଏ ଏହି ମାମଲାରେ ଅଧିକ ସୂଚନା ପାଇଁ ଆଜି ୭ ରାଜ୍ୟର ୧୭ଟି ସ୍ଥାନରେ ଚଢାଉ କରିଛି। 

Nia LeT Bengaluru Prison Radicalization Case National Investigation Agency