Advertisment

ରହସ୍ୟଜନକ ମୃତ୍ୟୁର ସମାଧାନ କଲା ରେଳ ଯାତ୍ରୀଙ୍କ ସେଲଫି

ସେ ସେଲଫି ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ସହ ପୁଲିସ୍‌ର ସହାୟତା ଲୋଡ଼ିଥିଲା। କଲ୍ୟାଣ ପୁଲିସ୍‌ ଭାଇରାଲ ଭିଡିଓକୁ ଦେଖି ଆକାଶକୁ ଗିରଫ କରିଥିଲା।

Selfie

Selfie

Advertisment

ଦୀର୍ଘ ଦିନ ଧରି ଗୋଟିଏ ରହସ୍ୟଜନକ ମୃତ୍ୟୁର ପର୍ଦ୍ଦାଫାସ ହୋଇଛି। ଜଣେ ରେଳ ଯାତ୍ରୀ ଉଠାଇଥିବା ସେଲଫି ଯୋଗୁ ମୃତ୍ୟୁ ପଛର କାରଣ ସାମ୍ନାକୁ ଆସିଛି। ମହରାଷ୍ଟ୍ର କଲ୍ୟାଣ ରେଳ ଷ୍ଟେସନରେ ଯାତ୍ରୀ ଉଠାଇଥିବା ସେଲଫିରେ ଗୋଟିଏ ଚୋର କଏଦ ହୋଇଥିଲା।

Advertisment

ତାକୁ ଧରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଧରା ପଡ଼ିଥିବା ଚୋର ହେଉଛି ଆକାଶ ଯାଦବ। ସେ ସୋମବାର ଜଣେ ଯାତ୍ରୀଙ୍କ ଫୋନକୁ ଛଡ଼ାଇ ଖସି ଯିବାକୁ ଉଦ୍ୟମ କରୁଥିଲା। ଆକାଶ ଫୋନ ଝାମ୍ପିଲା ବେଳେ ଯାତ୍ରୀ ଜଣଙ୍କ ଚଳନ୍ତା ଟ୍ରେନରେ ସେଲଫି ଭିଡିଓ ରେକର୍ଡ କରୁଥିଲେ।

ଯାତ୍ରୀ ଜାହିଦ ଜୈଦି ସେଲଫି ଭିଡିଓ ରେକର୍ଡ କରିବା ବେଳେ ଆକାଶ ତାଙ୍କ ଫୋନ ଝାମ୍ପିବାକୁ ଚେଷ୍ଟା କରିଥିଲା। ସେ ତା’ର ଉଦ୍ୟମରେ ଫେଲ ମାରିଥିଲା। ଏଥିସହ ଉକ୍ତ ଫୋନରେ ଆକାଶର ମୁହଁ ମଧ୍ୟ ଉକ୍ତ ଭିଡିଓ ରେକର୍ଡ ହୋଇଯାଇଥିଲା।

Advertisment

ସେ ସେଲଫି ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ସହ ପୁଲିସ୍‌ର ସହାୟତା ଲୋଡ଼ିଥିଲା। କଲ୍ୟାଣ ପୁଲିସ୍‌ ଭାଇରାଲ ଭିଡିଓକୁ ଦେଖି ଆକାଶକୁ ଗିରଫ କରିଥିଲା।

ରେଳ ବାଇ ପୁଲିସ୍‌ କହିଛି, ମଙ୍ଗଳବାର ଆମେ ଜଣେ ଅଭିଯୁକ୍ତକୁ ଗିରଫ କରିଛୁ। ତା’ ନାଁରେ ପୂର୍ବରୁ ଥାନେରେ ମାମଲା ହୋଇଥିଲା। ଆମେ ତା’ ଠାରୁ ଗୋଟିଏ ମୋବାଇଲ ଜବତ କରିଛୁ। ଉକ୍ତ ମୋବାଇଲା ସେ କେଉଁଠୁ ପାଇଲା, ସେ ବିଷୟରେ ପଚରାଉଚରା କରିଛୁ।

ପୁଲିସ୍‌ ଯେତେବେଳେ ଆକାଶ ପାଖରେ ଥିବା ମୋବାଇଲ ଫୋନକୁ ସୁଇଚ ଅନ୍‌ କରିଥିଲା, ସେଇଟା ପୁଣେ ବାସିନ୍ଦା ପ୍ରଭାସ ଭାଙ୍ଗେଙ୍କ ବୋଲି ସ୍ପଷ୍ଟ ହୋଇଥିଲା। ପ୍ରଭାସ ବ୍ୟାଙ୍କରେ ଚାକିରି କରନ୍ତି। ସେ ହୋଲି ପାଇଁ ଘରକୁ ଯାଉଥିଲେ। କିନ୍ତୁ ମାର୍ଚ୍ଚ ୨୫ ମଧ୍ୟରାତ୍ରରେ ଭିଠଲୱାଡି ରେଳ ଷ୍ଟେସନରେ ଟ୍ରେନରୁ ଖସି ପ୍ରାଣ ହରାଇଥିଲେ।

ଆକାଶକୁ ପ୍ରଶ୍ନ କରିବା ପୂର୍ବରୁ ପ୍ରଭାସ କେମିତି ଟ୍ରେନରୁ ପଡ଼ି ପ୍ରାଣ ହରାଇଥିଲେ ସେକଥା ପୁଲିସ୍‌ ଜାଣି ନଥିଲା। କିନ୍ତୁ ଆକାଶ ପୂରା ରହସ୍ୟ ଉପରୁ ପରଦା ଉଠାଇଛି। ଘଟଣା ଦିନ ଆକାଶ ଚଳନ୍ତା ଟ୍ରେନରୁ ପ୍ରଭାସଙ୍କ ଫୋନ ଝାମ୍ପି ଖସି ଯିବାକୁ ଚେଷ୍ଟା କରିଥିଲା। ତାକୁ ଧରିବାକୁ ଉଦ୍ୟମ କରିବା ବେଳେ ପ୍ରଭାସ ଟ୍ରେନରୁ ଖସି ପ୍ରାଣ ହରାଇଥିଲେ।

ପ୍ରଭାସ କଲ୍ୟାଣରୁ ପୁଣେ ଯାଉଥିଲା। ଭିଠଲୱାଡା ଷ୍ଟେସନରେ ଆକାଶ ତାଙ୍କ ଫୋନ ଝାମ୍ପି ଥିଲା। ନିଜର ଫୋନ ହାସଲ କରିବାକୁ ପ୍ରଭାସ ଉଦ୍ୟମ କରିଥିଲେ। ସେ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଖସି ପଡ଼ି ପ୍ରାଣ ହରାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଆକାଶ ନାଁରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଛି।

Railway Selfi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe