Advertisment

ଭୟଙ୍କର ଦୁର୍ଘଟଣା ପରେ ଚେତା ପଶିଲା, ସବୁ ଜୋନରେ ସିଗ୍ନାଲ ବ୍ୟବସ୍ଥାର ହେବ ଯାଞ୍ଚ

ଏହି ଅଭିଯାନ ବେଳେ ସିଗ୍ନାଲ ବ୍ୟବସ୍ଥାର ସୁପର ଚେକ୍‌କୁ ଗୁରୁତ୍ୱ ଦିଆଯିବ। ସୁରକ୍ଷା ଅଭିଯାନ ସମୟରେ କେଉଁ ଜୋନରେ ଅନିୟମିତତା ରହିଛି ଓ ଦକ୍ଷତାର ସହ କାମ ହେଉନି, ସେ ସବୁ ତଥ୍ୟ ଜୁନ ୧୪ ସୁଦ୍ଧା ବୋର୍ଡ ନିକଟରେ ଦାଖଲ କରିବାକୁ କୁହାଯାଇଛି।

Rail

Rail

Advertisment

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁ ୨୭୫ ଜଣଙ୍କ ଜୀବନ ଯିବା ପରେ ରେଳବାଇ ବୋର୍ଡ ଆକ୍ସନ ମୋଡକୁ ଆସିଛି। ବୋର୍ଡ ପକ୍ଷରୁ ସମସ୍ତ ଭାରତୀୟ ରେଳବାଇର ସମସ୍ତ ୧୯ଟି ଯାକ ଜୋନରେ ସୁରକ୍ଷା ଅଭିଯାନ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି।

Advertisment

ଏହି ଅଭିଯାନ ବେଳେ ସିଗ୍ନାଲ ବ୍ୟବସ୍ଥାର ସୁପର ଚେକ୍‌କୁ ଗୁରୁତ୍ୱ ଦିଆଯିବ। ସୁରକ୍ଷା ଅଭିଯାନ ସମୟରେ କେଉଁ ଜୋନରେ ଅନିୟମିତତା ରହିଛି ଓ ଦକ୍ଷତାର ସହ କାମ ହେଉନି, ସେ ସବୁ ତଥ୍ୟ ଜୁନ ୧୪ ସୁଦ୍ଧା ବୋର୍ଡ ନିକଟରେ ଦାଖଲ କରିବାକୁ କୁହାଯାଇଛି। 

ରେଳବାଇ ବୋର୍ଡର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତେଜ ପ୍ରକାଶ ଅଗ୍ରୱାଲ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସବୁ ଜୋନକୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ଷ୍ଟେସନ ଅଧୀନରେ ଥିବା ସମସ୍ତ ପ୍ରକାରର ସିଗ୍ନାଲ ସରଞ୍ଜାମକୁ ଭଲ ଭାବେ ଯାଞ୍ଚ କର।

Advertisment

ସେଠାରେ ଡବଲ ଲକିଂ ବ୍ୟବସ୍ଥାକୁ ଯେମିତି ହେଲେ ସୁନିଶ୍ଚିତ କରାଯାଉ। ଷ୍ଟେସନରେ ଥିବା ସମସ୍ତ ରିଲେ ରୁମଗୁଡ଼ିକୁ ଭଲ ଭାବେ ଯାଞ୍ଚ କରି ଡବଲ ଲକିଂ ବ୍ୟବସ୍ଥା ଦ୍ୱାରା ପରିଚାଳନା କରିବା ଉଚିତ। ରିଲେ ରୁମଗୁଡ଼ିକର ଦ୍ୱାର ଖୋଲିବା ଓ ବନ୍ଦ କରିବା ପାଇଁ ଡାଟା ଲଗିଂ ଓ ଏସଏମଏସ ଆଲର୍ଟ ବ୍ୟବସ୍ଥାକୁର କାର୍ଯ୍ୟକାରୀ କରାଯାଉଛି କି ନାହିଁ, ତା’ର ଯାଞ୍ଚ କରାଯିବ। ଏଗୁଡ଼ିକ ଠିକ ଭାବେ କାମ କରୁଛି କି ନାହିଁ ସେକଥା ଅଧିକାରୀମାନେ ନିଶ୍ଚିତ କରିବେ।

ସିଗ୍ନାଲ ବ୍ୟବସ୍ଥାରେ ସମସ୍ୟାକୁ ଦୂର କରିବା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ତା’ର ପ୍ରସ୍ତାବ ମଧ୍ୟ ଜୋନ ଗୁଡ଼ିକ ଦେଇ ପାରିବେ ବୋଲି ଚିଠିରେ କୁହାଯାଇଛି।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe