Advertisment

ଚଳନ୍ତା ଟ୍ରେନ୍‌ରେ ନାବାଳିକାଙ୍କୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ ଯାତ୍ରୀ

ଚଳନ୍ତା ଟ୍ରେନ୍‌ରେ ନାବାଳିକାଙ୍କୁ ଅସଦାଚରଣ କଲେ ରେଲ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ଯାତ୍ରୀମାନେ ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ।

author-image
Niharika Rout
undefined

Train

ଚଳନ୍ତା ଟ୍ରେନ୍‌ରେ ନାବାଳିକାଙ୍କୁ ଅସଦାଚରଣ କଲେ ରେଲ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ଯାତ୍ରୀମାନେ ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି।

Advertisment

ବିହାରର ବରୌନୀରୁ ନୂଆ ଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏପରି ନାରକୀୟ କାଣ୍ଡ ଘଟିଛି। ମୃତକ ରେଳ କର୍ମଚାରୀଜଣକ ପ୍ରଶାନ୍ତ କୁମାର ବୋଲି ଚିହ୍ନଟ ହୋଇଛନ୍ତି।

ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ହୋଇଥିବା ବେଳେ ମୃତ ରେଳ କର୍ମଚାରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

Advertisment

ପୀଡ଼ିତା ୧୧ ବର୍ଷୀୟା ନାବାଳିକାଙ୍କ ପରିବାର ବିହାରର ସିୱାନାରୁ ଟ୍ରେନ୍‌ ଚଢ଼ିଥିବା ବେଳେ ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ରାତି ପ୍ରାୟ ୧୧ଟା ପରେ ପ୍ରଶାନ୍ତ କୁମାର ଟ୍ରେନ୍‌ ବଗିରେ ବୁଲୁଥିବା ବେଳେ ନାବାଳିକାଜଣକ ଏକୁଟିଆ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପଚରାପଚରି କରିବାରୁ ମା’ ଟଏଲେଟ ଯାଉଥିବା ଝିଅ କହିଥିଲା। ଏହାପରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ପ୍ରଶାନ୍ତ ନିଜ ସହ ନେଇ ଯାଇ ଅସଦାଚରଣ କରିଥିଲେ। ତାଙ୍କ ମା’ ପହଞ୍ଚି ଝିଅକୁ ଖୋଜାଖୋଜି କରୁଥିବା ବେଳେ ନାବାଳିକାଜଣକ ପହଞ୍ଚିଥିଲେ ଓ କାନ୍ଦି କାନ୍ଦି ମା’କୁ ସବୁ କଥା କହିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ତାତି ଯାଇଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ରେଳ କର୍ମଚାରୀଙ୍କୁ ପିଟିବାକୁ ଲାଗିଲେ। ଉକ୍ତ ସମୟରେ ଟ୍ରେନ୍‌ଟି ଲକ୍ଷ୍ନୌର ଏସବାଗ ଅଞ୍ଚଳରେ ଯାଉଥିବା ବେଳେ କାନପୁରରେ ପହଞ୍ଚିବା ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଯାତ୍ରୀମାନେ ପ୍ରଶାନ୍ତ କୁମାରଙ୍କୁ ପ୍ରବଳ ମାଡ଼ ମାରିଥିଲ।

ଖବର ପାଇ କାନପୁରରେ ଟ୍ରେନ୍‌ ପହଞ୍ଚିବା ପରେ ଜିଆରପି କର୍ମୀ ପ୍ରଶାନ୍ତ କୁମାରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଆରପି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

Murder Uttar Pradesh Train Misbehaviour Alligation