Advertisment

‘ନିଖୋଜଙ୍କ ପତ୍ତା ନ ମିଳିବା ଯାଏ ଆମ ଦାୟିତ୍ୱ ସରିନି’

ଏଯାବତ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ । ସେମାନଙ୍କୁ ଖୁବ୍‌ ଶୀଘ୍ର ଖୋଜି ବାହାର କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅଦ୍ୟତନ ହୋଇଛି
Accident Site

Accident Site

Advertisment

ଦୀର୍ଘ ୫୧ ଘଣ୍ଟାର ନନଷ୍ଟପ୍ ପୁନରୁଦ୍ଧାର କାମ ପରେ ଶେଷରେ ବାହାନଗାରେ ଗଡ଼ିଲା ଟ୍ରେନ୍ । ହେଲେ ଏତିକିରେ ଦାୟିତ୍ୱ ସରିନି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Advertisment

ରେଳ ମନ୍ତ୍ରୀ ଭାବୁକ ହୋଇ କହିଛନ୍ତି, ଏବେ ପୁନରୁଦ୍ଧାର କାମ ଶେଷ ହୋଇଛି। ଉଭୟ ପଟୁ ରେଳ ଯାତାୟତ ପାଇଁ ବାଟ ସଫା ହୋଇ ଯାଇଛି। ହେଲେ ଏ ଯାବତ ଆମ ଦାୟିତ୍ୱ ଶେଷ ହୋଇନି।

ଏଯାବତ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ । ସେମାନଙ୍କୁ ଖୁବ୍‌ ଶୀଘ୍ର ଖୋଜି ବାହାର କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Advertisment

ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏ ଯାବତ ନିଖୋଜଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଇନି। କିନ୍ତୁ ଏହି ଦୁର୍ଘଟଣା ପରେ ଶହ ଶହ ଯାତ୍ରୀ ନିଖୋଜ ଥିବା ଜଣାଯାଇଛି।

ଦୁର୍ଘଟଣା ଖବର ପାଇ ବିଭିନ୍ନ ରାଜ୍ୟରୁ ଆସି ଲୋକେ ନିଜ ପରିଜନଙ୍କୁ ଖୋଜୁଛନ୍ତି । ଏପରିକି ମେଡିକାଲ ମେଡିକାଲ ବୁଲିବା ସହ ମୃତଦେହ ରହିବା ସ୍ଥାନରେ ବି ଟିକିନିଖି କି ଦେଖୁଛନ୍ତି। ହେଲେ ଦିନ ପରେ ଦିନ ବିତି ଚାଲିଥିବା ବେଳେ ନିଜ ପରିଜନଙ୍କୁ ନ ପାଇ ସେମାନେ ଭାଙ୍ଗି ପଡ଼ୁଛନ୍ତି। କାହାର ଆଖି ନିଜ ପୁଅର ମୁହଁକୁ ଖୋଜୁଛି ତ କିଏ ମୃତଦେହ ମଧ୍ୟରେ ନିଜ ବାପାକୁ ଖୋଜୁଛି। ଏହା ଖୁବ୍‌ ହୃଦୟ ବିଦାରକ ଦୃଶ୍ୟ ହୋଇଥିବା ବେଳେ ସେମାନଙ୍କ ପରିଜନଙ୍କୁ ଖୋଜିବାକୁ ପ୍ରଶାସନ ଓ ପୁଲିସ୍‌ ମଧ୍ୟ ଫୁଲ୍‌ ଦମ୍‌ରେ ଲାଗିଥିବା କହିଛନ୍ତି ରେଳ ମନ୍ତ୍ରୀ ।

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ପୁନରୁଦ୍ଧାର କାମ ଚାଲିଛି। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ଖୁଣ୍ଟି ଓ ରେଳଧାରଣା ମରାମତି କାମ ଶେଷ ହୋଇଛି। ଏଥିରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଦୁଇ ଦିନ ହେଲା ଖୋଦ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଛନ୍ତି। ଦୁର୍ଘଟଣା ପରେ

ପ୍ରଥମ ଚ୍ୟାଲେଂଜ୍ ଭାବେ କ୍ଷତିଗ୍ରସ୍ତ ଧାରଣାକୁ ଟ୍ରାକ୍‌ରୁ ହଟାଯାଇଥିଲା। ଏଥିସହ ୨୧ଟି ଯାକ କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଥିଲା। ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଛିଣ୍ଡି ଯାଇଥିଲା। ସେଗୁଡିକୁ ହଟାଯାଇ ନୂଆ ଖୁଣ୍ଟି ଲଗାଯାଇଥିଲା। ପାଖାପାଖି ୫ଶହ ମିଟରରୁ ୧ କିଲୋମିଟର ଅଂଚଳ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଟ୍ରାକ୍ ପଡ଼ିଥିଲା।

Railway Minister Train Accident TrainMishapInOdisha Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe