Advertisment

ଦୁଇ ବଗି ଭିତରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ଅମର ଦୁଇ ବଗିକୁ ଅଲଗା କରୁଥିଲେ। ତେବେ ଅପ୍ରତ୍ୟାଶିତ ଭାବେ ଗୋଟିଏ ବଗି ପଛକୁ ଆସିଯିବାରୁ ସେ ମଝିରେ ଚାପି ହୋଇ ଯାଇଥିଲେ।

author-image
Hemant Lenka
Railway

Railway

ଶଟିଂ ଅପରେସନ ବେଳେ ରେଳ ଷ୍ଟେସନରେ ଘଟିଛି ଅଘଟଣ। ଦୁଇ ବଗି ମଝିରେ ଚାପି ହୋଇ ଚାଲି ଯାଇଛି ଜଣେ ପୋର୍ଟରଙ୍କ ଜୀବନ। ଦୁଇଟି ବଗି ପରସ୍ପର ସହ ଯୋଡ଼ି ହେଉଥିବା ବେଳେ ତା’ ଭିତରେ ଶ୍ରମିକ ଜଣଙ୍କ ଫସି ଯିବାରୁ ତାଙ୍କ ଜୀବନ ଚାଲି ଯାଇଛି।

Advertisment

ବିହାରର ବେଗୁସରାଇ ଅନ୍ତର୍ଗତ ବାରାଉନି ଜଙ୍କସନରେ ଏପରି ଘଟଣା ଘଟିଛି। ମୃତକ ପୋର୍ଟର ଜଣଙ୍କ ହେଲେ ଅମର କୁମାର ରାଓ। ସେ ସୋନପୁର ରେଳବାଇ ଡିଭିଜନ ଅଧୀନରେ କାମ କରୁଥିଲେ।

ବାରାଉନି ଜଙ୍କସନରେ ଅମର କାମ କରୁଥିଲେ। ଏହି ସମୟରେ ଲକ୍ଷ୍ନୌ-ବାରାଉନି ଏକ୍ସପ୍ରେସ(ନମ୍ବର ୧୫୨୦୪) ଲକ୍ଷ୍ନୌ ଜଙ୍କସନରୁ ଷ୍ଟେସନକୁ ଆସିଥିଲା। ଟ୍ରେନ ଆସିବା ପରେ ଅମର ଦୁଇ ବଗିକୁ ଅଲଗା କରୁଥିଲେ। ତେବେ ଅପ୍ରତ୍ୟାଶିତ ଭାବେ ଗୋଟିଏ ବଗି ପଛକୁ ଆସିଯିବାରୁ ସେ ମଝିରେ ଚାପି ହୋଇ ଯାଇଥିଲେ।

Advertisment

ଅମର ଦୁଇ ବଗି ମଧ୍ୟରେ ଫସି ରହି ଚିତ୍କାର କରୁଥିବା ବେଳେ ଷ୍ଟେସନରେ ଥିବା ଲୋକମାନେ ମଧ୍ୟ ସହାୟତା କରିବାକୁ ବରିଷ୍ଠ ଅଧିକାରୀଙ୍କୁ ଡାକିଥିଲେ। କିନ୍ତୁ ଟ୍ରେନର ଡ୍ରାଇଭର ଚିତ୍କାର ଶୁଣି ଗାଡ଼ିରୁ ଓହ୍ଲାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଶେଷରେ ଦୁଇ ବଗି ମଧ୍ୟରେ ଚାପି ହୋଇ ଅମର କୁମାର ରାଓ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ।

ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଦୁଇ ବଗି ମଧ୍ୟରେ ଅମର ଚାପି ହୋଇ ରହିଥିବା ବେଳେ ଲୋକମାନେ ଫଟୋ ଉଠାଇବାରେ ବ୍ୟବସ୍ତ ରହିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ରେଳ ବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Bihar Train Accident