Advertisment

ବନ୍ଦେ ଭାରତରେ ଯିବାକୁ ଲୋକେ ଅମଙ୍ଗ, କମିବ ଟିକେଟର ଦାମ!

ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ଭାବେ ଇନ୍ଦୋର-ଭୋପାଲ, ଭୋପାଲ-ଜବଲପୁର ଓ ନାଗପୁର-ବିଲାସପୁର ମଧ୍ୟରେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ହ୍ରାସ କରିବ ରେଳବାଇ।

Vande Bharat

Vande Bharat

Advertisment

ଭାରତୀୟ ରେଳବାଇ ଗୋଟିଏ ପରେ ଗୋଟିଏ ସେମି ହାଇ ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ସେବା ଆରମ୍ଭ କରୁଥିଲେ ହେଁ ଏଥିରେ ଯିବାକୁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି। ଏହି ଟ୍ରେନଗୁଡ଼ିକର ଟିକେଟ ଦାମ ଅଧିକ ରହିଥିବାରୁ ଲୋକମାନେ ଅନ୍ୟ ଟ୍ରେନ୍‌ରେ ଯିବାକୁ ବେଶୀ ପସନ୍ଦ କରୁଛନ୍ତି।

Advertisment

ଅଧିକାଂଶ ବନ୍ଦେ ଭାରତ ଏକ୍ସପ୍ରେସର ସିଟ୍‌ ଏଥିପାଇଁ ଫାଙ୍କା ରହୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ସମୀକ୍ଷା ଆରମ୍ଭ କରିଛି। କିଛି ନିର୍ଦ୍ଦିଷ୍ଟ ପଥରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଟିକେଟ ଦାମକୁ ହ୍ରାସ କରିବା ମୁଡରେ ରେଳବାଇ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଟିକେଟ ଦେମ ହ୍ରାସ ପାଇଲେ ସମ୍ଭବତଃ ଲୋକମାନେ ଏହି ସେମି ହାଇସ୍ପିଡ ଟ୍ରେନ୍‌ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରିବେ ବୋଲି ରେଳବାଇ ଆଶା ରଖିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ଭାବେ ଇନ୍ଦୋର-ଭୋପାଲ, ଭୋପାଲ-ଜବଲପୁର ଓ ନାଗପୁର-ବିଲାସପୁର ମଧ୍ୟରେ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ହ୍ରାସ କରିବ ରେଳବାଇ। ଭୋପାଲ-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସରେ ୨୯% ସିଟ୍‌ ପୂରଣ ହେଉଥିବା ବେଳେ ଇନ୍ଦୋର-ଭୋପାଲ ଟ୍ରେନ୍‌ରେ କେବଳ ୨୧% ସିଟ୍‌ରେ ଲୋକ ଯାତାୟାତ କରୁଛନ୍ତି।

Advertisment

ଏହି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସର ଏସି ଚେୟାର କାର୍‌ର ଟିକେଟ ଦାମ ୯୫୦ ଟଙ୍କା ଓ ଏକ୍ସ୍ୟୁକେଟିଭ ଚେୟାର କାର୍‌ ଟିକେଟର ଦାମ ୧୫୨୫ ଟଙ୍କା ରହିଛି। ତେଣୁ ସ୍ୱଳ୍ପ ଦୂରତାକୁ ଲୋକମାନେ ଏତେ ଟଙ୍କା ଦେଇ ଯିବାକୁ କୁନ୍ଥକୁନ୍ଥ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଟିକେଟ ଦାମ ଉପରେ ସମୀକ୍ଷା କରୁଛି। ଖୁବଶୀଘ୍ର ଏହି ରୁଟ୍‌ରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଭଡ଼ା ହ୍ରାସ ପାଇବ। ଏହାଦ୍ୱାରା ଅଧିକରୁ ଅଧିକ ଲୋକ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିବାକୁ ପସନ୍ଦ କରିବେ।

ଏହି ରୁଟ ବ୍ୟତୀତ ନାଗପୁର-ବିଲାସପୁର ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନ ଭଡ଼ାର ମଧ୍ୟ ସମୀକ୍ଷା କରାଯାଉଛି। ଏହି ଟ୍ରେନର ମୋଟ କ୍ଷମତା ମଧ୍ୟରୁ କେବଳ ୫୫% ପୂରଣ ହୋଇପାରୁଛି। ନାଗପୁରରୁ ବିଲାସପୁର ମଧ୍ୟରେ ଯାତ୍ରା ସମୟ ୫ ଘଣ୍ଟା ୩୦ ମିନିଟ ରହିଛି। ଅନ୍ୟ ଟ୍ରେନଗୁଡ଼ିକ ଅପେକ୍ଷା ଏହା ଶୀଘ୍ର ଲୋକଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି। ହେଲେ ଏହି ଟ୍ରେନର ଟିକେଟ ଦାମ ଯଥେଷ୍ଟ ଅଧିକ।

ଏହି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସର ଏସି ଚେୟାର କାର୍‌ର ଟିକେଟ ଦାମ ୧୦୭୫ ଟଙ୍କା ଓ ଏକ୍ସ୍ୟୁକେଟିଭ ଚେୟାର କାର୍‌ ଟିକେଟର ଦାମ ୨୦୪୫୨୫ ଟଙ୍କା ରହିଛି। ତେଣୁ ଲୋକମାନେ ଏଥିରେ ଯାତ୍ରା କରୁ ନାହାନ୍ତି। ମେ’ ମାସରୁ ଏହି ରୁଟ୍‌ରେ ଲୋକଙ୍କ ପଛଘୁଞ୍ଚା ଦେଖି ତେଜାସ ଏକ୍ସପ୍ରେସକୁ ଚଳାଚଳ କରାଯାଉଛି।

ଭୋପାଲରୁ ଜବଲପୁର ଯିବା ବେଳେ ହାରାହାରି ୩୨% ସିଟ ପୂରଣ ହେଉଥିବା ବେଳେ ଆସିବା ବେଳେ ଏହା ୩୬% ରହୁଛି। ତେଣୁ ଏହାର ଟିକେଟ ଦାମ ରେଳବାଇ ହ୍ରାସ କରିବ।

ବର୍ତ୍ତମାନ ସୁଦ୍ଧା ଦେଶରେ ୪୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। କିଛି ରୁଟ୍‌ରେ ସବୁ ସିଟ୍‌ ପୂରଣ ହେଉଥିଲେ ହେଁ ଅଧିକାଂଶ ରାଜ୍ୟରେ ଲୋକମାନେ ଟିକେଟ ଦାମକୁ ଦେଖି ଏଥିରେ ଯାତ୍ରା କରୁ ନାହାନ୍ତି।

Railway Minister Railway Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe