Advertisment

ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନରେ ନେଲେଣି ୯ ଜୀବନ

ମୂଷଳ ଧାରା ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଆସନ୍ତା ଶନିବାର, ରବିବାର ଓ ସୋମବାର ମଧ୍ୟ ଏଠାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Rain disaster in Gujarat

Rain disaster in Gujarat

Advertisment

ଗୁଜୁରାଟରେ ବର୍ଷା ଆଣିଲା ବିତ୍ପାତ, ୨ ଦିନ ଭିତରେ ୯ ଜୀବନ ନେଲେଣି। ସୂଚନା ମୁତାବକ ଗତ ୩୦ ଘଣ୍ଟା ଭିତରେ ଏଠାରେ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଛି। ମୂଷଳ ଧାରା ବର୍ଷା ଯୋଗୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଆସନ୍ତା ଶନିବାର, ରବିବାର ଓ ସୋମବାର ମଧ୍ୟ ଏଠାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Advertisment

ଜୁନାଗଡ଼, ଜାମନଗର, ମୋରବି, କଚ୍ଛ, ସୁରଟ, ତାପି ଜିଲ୍ଲାରେ ମୂଷଳଧାରାରେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଗୁରୁବାର ପ୍ରବଳ ବର୍ଷା ଯୋଗୁ କାନ୍ଥପଡ଼ି ପଞ୍ଚମହଲ ଜିଲ୍ଲାରେ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆନନ୍ଦ ଜିଲ୍ଲାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଛି। ସେହିପରି ଜାମନଗର ଏବଂ ଅରବାଲ୍ଲି ଜିଲ୍ଲାରେ ପାଣିରେ ବୁଡ଼ି ଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମରେଲି ଜିଲ୍ଲାରେ ବଢ଼ି ପାଣିରେ ଭାସି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

ବର୍ଷା ବିତ୍ପାତ ଯୋଗୁ ଲୋକେ ବହୁ ହିନସ୍ତା ହେଉଛନ୍ତି। ଲୋକେ ଘରୁ କାମ କାର୍ଯ୍ୟରେ ଯିବା ମୁସକିଲ ହୋଇପଡ଼ିଛି।

Advertisment
Gujarat Young Life Lost Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe