Advertisment

ଲଗାଣ ବର୍ଷା ପରେ ନେତାମାନଙ୍କ ଘରେ ପଶିଲା ପାଣି, କୋଳରେ ବୁହା ହେଲେ ସାଂସଦ

ସାମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଲ ଯାଦବଙ୍କୁ ତାଙ୍କ କର୍ମଚାରୀମାନେ କୋଳରେ ବୋହିଛନ୍ତି।

Rain

Rain

Advertisment

ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା କେବଳ ସାଧାରଣ ଲୋକଙ୍କୁ ନୁହେଁ, ବରଂ ଅନେକ ସାଂସଦ, ମନ୍ତ୍ରୀ ଓ ରାଜନେତାଙ୍କୁ ପ୍ରଭାବିତ କରିଛି। ସାଧାରଣ ଲୋକଙ୍କ ଭଳି ସେମାନଙ୍କ ଘରେ ମଧ୍ୟ ପଶିଛି ବର୍ଷା ପାଣି।

Advertisment

ବର୍ତ୍ତମାନ ସଂସଦ ଅଧିବେଶନ ଚାଲିଛି। ଏହି ସମୟରେ ଦିଲ୍ଲୀରେ ସାଂସଦମାନେ ରହିଛନ୍ତି। ଅଧିବେଶନ ବେଳେ ବର୍ଷା ପାଣି ସାଂସଦମାନଙ୍କ ଘରେ ପଶିବାରୁ ସେମାନେ ସଂସଦ ଯିବାକୁ ବେଶ ହଇରାଣ ହରକତର ସମ୍ମୁଖୀନ ହୋଇଛନ୍ତି।

ସ୍ଥିତି ଏପରି ହୋଇଥିଲା ଯେ ସାମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଲ ଯାଦବଙ୍କୁ ତାଙ୍କ କର୍ମଚାରୀମାନେ କୋଳରେ ବୋହିଛନ୍ତି। ତାଙ୍କ ଘର ବାରଣ୍ଡାରେ ପାଣି ସୁଅ ମାରିଛି। ଏଥିପାଇଁ ସେ ସଂସଦ ଯିବାକୁ ବାହାରକୁ ବାହିରି ପାରି ନଥିଲେ।

Advertisment

ତେଣୁ କର୍ମଚାରୀମାନେ ତାଙ୍କୁ କୋଳରେ ବସାଇ ଘର ସାମ୍ନାରେ ଥିବା କାର ଯାଏ ଟେକି ଟେକି ଆଣିଥିଲେ। ବର୍ଷା ପାଣିରେ ଚାଲି ଚାଲି ଆସିଥିଲେ, ତାଙ୍କ ଚପଲ ଓଦା ହୋଇ ଯାଇଥାଆନ୍ତା। ତେଣୁ ସେ କୋଳରେ ବୁହା ହୋଇ କାର ପର୍ଯ୍ୟନ୍ତ ଆସିଥିଲେ। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏ ସମ୍ପର୍କରେ ରାମ ଗୋପାଲ ଯାଦବ କହିଛନ୍ତି, “ସଂସଦରେ ପହଞ୍ଚିବା ପାଇଁ ମୋତେ ଏସବୁ କରିବାକୁ ପଡ଼ିଛି। ଆମେ ଗୋଟିଏ କାରରେ ବାହାରକୁ ବାହାରିଲୁ। ଏହାପରେ ଲୋକମାନେ ମୋତେ କୋଳରେ ଧରି କାରରେ ବସାଇଥିଲେ। ପୂରା ଘର ପାଣିରେ ଉବୁଟୁବୁ।

ଦୁଇ ଦିନ ତଳେ ଫ୍ଲୋରିଂ କାମ ହୋଇଥିଲା। ଏବେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି। ମୁଁ ଭୋର ୪ଟାରୁ ଏମସିଡି ଅଧିକାରୀଙ୍କ ସହ କଥା ହେଉଛି। କେହି ଜଣେ ପମ୍ପ ଆଣି ପାଣି କାଢ଼ିବାର ଆବଶ୍ୟକ ରହିଥିଲା। କିନ୍ତୁ ଏଯାଏ କିଛି ବି ହେଲାନି।”

ସେହିପରି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଘରେ ମଧ୍ୟ ପାଣି ପଶିଛି। ତାଙ୍କ ଘରେ ପାଣି ସୁଅ ମାରୁଥିବା ସେ କହିଛନ୍ତି। ସେ କହିଛନ୍ତି, “ନିଦରୁ ଉଠିବା ବେଳକୁ ପୂରା ଘରେ ପାଣି ପଶି ଯାଇଥିଲା। ପ୍ରତିଟି ରୁମରେ ପାଣି ଚାଲିଛି। କାର୍ପେଟସ ଓ ଫର୍ଣ୍ଣିଚର ଠାରୁ ଆରମ୍ଭ କରି ତଳେ ରହିଥିବା ସବୁ ଜିନିଷ ନଷ୍ଟ ହୋଇଯାଇଛି।

ସମସ୍ତ ଡ୍ରେନରେ ପାଣି ଜାମ ହୋଇଯାଇଛି। ପାଣି ଆଉ ନିଷ୍କାସିତ ହୋଇପାରୁନି। ସେମାନେ ସକାଳ ୬ଟାରୁ ଲାଇନ ମଧ୍ୟ କାଟି ଦେଇଛନ୍ତି।” ତେବେ ଥରୁର ପମ୍ପ ଲଗାଇ ପାଣି ବାହାରକୁ କାଢ଼ିବା ସହ ସଂସଦରେ ପହଞ୍ଚିଥିଲେ।

ଦିଲ୍ଲୀର ଜଳ ଯୋଗାଣ ମନ୍ତ୍ରୀ ଆତିଶୀଙ୍କ ଘରେ ମଧ୍ୟ ଆଜି ବର୍ଷା ପାଣି ପଶିଛି। ନିକଟରେ ଜଳ ସଙ୍କଟ ଯୋଗୁ ସେ ଆମରଣ ଅନଶନରେ ବସିଥିଲେ। ହେଲେ ଆଜି ବର୍ଷା ପାଣି ତାଙ୍କ ଘର ସାମ୍ନାରେ ସୁଅ ମାରିଛି। ଏହାବାଦ ଆଉ କିଛି ରାଜନେତାଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଛି। 

Rain In Delhi Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe