Advertisment

ବୁଡ଼ିଲା ରାଜଧାନୀ, ୭ ମୃତ

ପ୍ରବଳ ବର୍ଷା ଯୋଗୁ ସମସ୍ତ ସ୍କୁଲ କଲେଜ ଆଜି ଛୁଟି ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Delhi Waterlogging

Delhi Waterlogging

Advertisment

ବୁଡ଼ିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତା ପାଲଟିଲା ପୋଖରୀ। ଏଠାକାର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଅଣ୍ଟାଏ ପାଣିରେ ବୁଡି ଯାଆ ଆସ କରୁଛନ୍ତି। ଡ୍ରେନ୍‌ରେ ପଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ପ୍ରବଳ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମଟର ବର୍ଷା ରେକର୍ଡ କରାଯାଇଛି।

ସୂଚନା ମୁତାବକ, ଗାଜିପୁର ସାପ୍ତାହିକ ବଜାର ଅଞ୍ଚଳରେ ମା' ଓ ତାଙ୍କର ୩ ବର୍ଷୀୟ ପୁଅ ଡ୍ରେନରେ ଖସିପଡି ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଅନ୍ୟ କିଛି ଅଞ୍ଚଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସବଜିମଣ୍ଡି ଅଞ୍ଚଳରେ ଗୋଟିଏ ଦୋକାନ ଭୁଶୁଡ଼ି ପଡ଼ିବାରୁ ଜଣେ ଆହତ ହୋଇଛନ୍ତି।

Advertisment

ସେପଟେ ବର୍ଷା ଯୋଗୁଁ ଜୟପୁର ଯିବାକୁ ଥିବା ୮ଟି ବିମାନ ଓ ଲକ୍ଷ୍ନୌ ଯିବାକୁ ଥିବା ୨ଟି ବିମାନକୁ ବାତିଲ କରାଯାଇଥିଲା। ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ବର୍ଷା ପାଇଁ ରେଡ଼ ଅଲର୍ଟ ଜାରି କରିଛି। ଉପରାଜ୍ୟପାଳ ଭିକେ ସାକ୍ସେନା ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ପରାମର୍ଶ ଦେଇଛନ୍ତି।ସେପଟେ ଆଜି ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Heavy Rain Waterlogging Delhi Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe