Advertisment

ଗୁଜରାଟ ହାଇକୋର୍ଟଙ୍କ ରାୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି: କେଜ୍ରିୱାଲ

ଗୁଜରାଟ ହାଇକୋର୍ଟଙ୍କର ଗତକାଲି ଅର୍ଡ଼ର ଆସିଛି।

undefined

Arvind Kejriwal

Advertisment

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ, ଗୁଜରାଟ ହାଇକୋର୍ଟଙ୍କର ଗତକାଲି ଅର୍ଡ଼ର ଆସିଛି। ଦେଶର ପ୍ରଧାନମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ତଥ୍ୟ ଦେଶର ଜନତା ନେଇ ପାରିବେ ନାହିଁ। ଏହି ରାୟରେ ଦେଶର ସବୁ ଜନତା ଏକ ପ୍ରକାର ସ୍ତବ୍ଧ। କାରଣ ଆମେ ଗଣତନ୍ତ୍ରରେ ରହୁଛେ। ଆଉ ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ଏବଂ ତଥ୍ୟ ମାଗିବାର ସ୍ୱାଧୀନି ରହିଛି। କେହି ଜଣେ କମ ପଢ଼ିବା କୌଣସି ଅପରାଧ ନୁହେଁ।

Advertisment

କେହି ଜଣେ ନୀରକ୍ଷର ରହିବା କୌଣସି ଅପରାଧ ନୁହେଁ। କୌଣସି ପାପ ନୁହେଁ। ଆମ ଦେଶରେ ଏତେ ଗରିବୀ ରହିଛି ଯେ, ପରିବାର ପରିସ୍ଥତି ପାଇଁ ବହୁ ଲୋକେ ପଢ଼ିପାରୁ ନାହାନ୍ତି। ମୁଁ କାହିଁକି ତଥ୍ୟ ମାଗିଥିଲି। ଆମ ଦେଶକୁ ସ୍ୱାଧୀନ ହେବାର ୭୫ ବର୍ଷ ହୋଇଗଲା। ଏହି ୭୫ ବର୍ଷରେ ଦେଶ ଯେତେ ଆଗକୁ ଯିବା କଥା ସେତିକି ଆଗକୁ ଯାଇ ପାରିନି। ଆଜିର ଲୋକେ ଦ୍ରୁଦଗତିରେ ଉନ୍ନତି ଚାହାନ୍ତି। ଆମେ ଏକବିଂଶ ଶତାବ୍ଦୀରେ ରହୁଛେ। ଏକବିଶଂ ଶତାବ୍ଦୀର ଯୁବକ ବହୁ ଆଶାବାଦୀ। ସେମାନେ ତୁରନ୍ତ ରୋଜଗାର, ମହଙ୍ଗା ମାଡ଼ରୁ ମୁକ୍ତି ଚାହାନ୍ତି। ସେ ଚାହାନ୍ତିକି ଭାରତ ତୀବ୍ର ଗତିରେ ଆଗକୁ ବଢ଼ୁ। ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ପଢ଼ା ଲେଖା ବା ଶିକ୍ଷିତ ଜରୁରୀ। କିନ୍ତୁ ହାଇକୋର୍ଟଙ୍କ ରାୟ ଆମ ଦେଶ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଈ ଲୋକଙ୍କ ମନରେ ଅନେକ ସନ୍ଦେହ ବଢ଼ାଇ ଦେଇଛି। ଯଦି ତାଙ୍କ ପାଖରେ ଡିଗ୍ରୀ ଅଛି ଆଉ ସତ ହୋଇ ଥାଏ , ତେବେ ଡିଗ୍ରୀ କାହିଁକି ଦେଖାଯାଉ ନାହିଁ। ଗୁଜରାଟ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ କାହିଁକି ଡିଗ୍ରୀ ଦେଉ ନାହାନ୍ତି। ଏ ବିଷୟରେ କାହିଁକି ତଥ୍ୟ ଦିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ ଶୁକ୍ରବାର ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା କମିସନ (ସିଆଇସି)ର ସାତ ବର୍ଷ ପୁରୁଣା ଆଦେଶକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିଷୟରେ କେଜ୍ରିୱାଲଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜଷ୍ଟିସ ବୀରେନ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ରୀୟ ସୂଚନା କମିସନଙ୍କ ରାୟକୁ ଖାରଜ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଏବଂ ଏହି ରାଶିକୁ ୪ ସପ୍ତାହ ମଧ୍ୟରେ ଗୁଜରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଜିଏସଏଲଏସଏ)ରେ ଟଙ୍କା ଜମା କରିବାକୁ କହିଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe