Advertisment

ରାଜସ୍ଥାନ ନିର୍ବାଚନ: ୮ ଦିନରେ ୧୦୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ଅକ୍ଟୋବର ୧୧ରୁ ୧୮ ତାରିଖ ମଧ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି। ଯାହାକୁ ନେଇ ଭାରତୀୟ ନିର୍ବାଚନ ଆୟୋଗ ଏହି ଏଜେନ୍ସିମାନଙ୍କୁ ପ୍ରଶଂସା କରିଛି।

ଅଦ୍ୟତନ ହୋଇଛି
Rajasthan Election 2023

Rajasthan Election 2023

Advertisment

ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୧୦୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବେଆଇନ ସାମଗ୍ରୀ ଜବତ ହୋଇଛି। ଆସନ୍ତା ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏନେଇ ନିର୍ଘଣ୍ଟ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଛି। ତେବେ ତାରିଖ ଘୋଷଣା ପରେ ମାତ୍ର ୮ ଦିନ ମଧ୍ୟରେ ଏତେ ଟଙ୍କାର ବେଆଇନ ସାମଗ୍ରୀ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ଅକ୍ଟୋବର ୧୧ରୁ ୧୮ ତାରିଖ ମଧ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି। ଯାହାକୁ ନେଇ ଭାରତୀୟ ନିର୍ବାଚନ ଆୟୋଗ ଏହି ଏଜେନ୍ସି ମାନଙ୍କୁ ପ୍ରଶଂସା କରିଛି।

ଡେପୁଟି ନିର୍ବାଚନ କମିଶନର ଅଜୟ ଭାଦୁ ଜୟପୁରଠାରେ ଏନଫୋର୍ସମେଣ୍ଟ ଏଜେନ୍ସିମାନଙ୍କ ରାଜ୍ୟ ସ୍ତରୀୟ ବୈଠକରେ ଯୋଗଦେଇଥିଲେ। ସେ ଏନଫୋର୍ସମେଣ୍ଟ ଏଜେନ୍ସିମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ୨୦୧୮ ମସିହା ନିର୍ବାଚନ ତୁଳନାରେ ଏନଫୋର୍ସମେଣ୍ଟ ଏଜେନ୍ସିମାନେ ଉତ୍ତମ କାର୍ଯ୍ୟ କରୁଛନ୍ତି। ଗତ ଅକ୍ଟୋବର ୯ ତାରିଖରୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରଠାରୁ ଏହି ଏଜେନ୍ସିମାନେ ୧୦୫ କୋଟିରୁ ଅଧିକ ଟଙ୍କାର ବେଆଇନ ସାମଗ୍ରୀ ଜବତ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

Advertisment

ବୁଧବାର ଶ୍ରୀ ଭାଦୁ ରାଜ୍ୟର ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି, ରାଜ୍ୟ ନୋଡାଲ ଅଧିକାରୀ ଓ ଜିଲ୍ଲା ପୁଲିସ ମୁଖ୍ୟମାନଙ୍କ ସହିତ ବୈଠକ କରିବା ସହ ନିର୍ବାଚନ କମିଶନଙ୍କ ଦ୍ୱାରା ଖର୍ଚ୍ଚ ତଦାରଖ ପାଇଁ ପ୍ରସ୍ତୁତ କରାଯାଇଥିବା ଆପ୍ (ESMS) ସମ୍ପର୍କରେ ଆଲୋଚନା କରିଥିଲେ। ସେ ଜୟପୁର, ଉଦୟପୁର, ବାରମେର, ଶ୍ରୀଗଙ୍ଗାନଗର, ଭିଲବାଡା, ଚିତ୍ତୋରଗଡ଼ ଏବଂ ଯୋଧପୁର ଜିଲ୍ଲାର ନୋଡାଲ ଅଫିସରମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।

ସେହିଭଳି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା କହିଛନ୍ତି ଯେ, ନିର୍ବାଚନ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଇସିଆଇ ପକ୍ଷରୁ ଏନଫୋର୍ସମେଣ୍ଟ ଏଜେନ୍ସିର ରାଜ୍ୟ ନୋଡାଲ ଅଫିସର ମାନଙ୍କ ସହ ଏକ ବୈଠକ କରାଯାଇଛି ଏବଂ ଜିଲ୍ଲାଗୁଡ଼ିକ ପାଇଁ ଭିଡିଓ କନଫରେନ୍ସିଂର ଆୟୋଜନ କରିବା ସହ ନିର୍ବାଚନରେ କେମିତି ସ୍ୱଚ୍ଛତା ବୃଦ୍ଧି ହେବ ସେଥିପାଇଁ (ESMS) ଆପ୍ଲିକେସନ୍ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଛି।

ଏହି ବୈଠକରେ ଇସିଆଇ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବ, ସଚିବ ଅନୁପ କୁମାର ଏବଂ ନିର୍ବାଚନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ପ୍ରକାଶ ଥାଉକି, ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୫ରେ ଭୋଟିଂ ହେବ। ସେହିଭଳି ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ ହେବ।

କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହି ୫ ରାଜ୍ୟରେ ଡିସେମ୍ବର ୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Rajasthan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe