Advertisment

୬ ବର୍ଷ ପରେ ‘ମାତୋଶ୍ରୀ’ରେ ପାଦ ପକାଇଲେ ରାଜ ଠାକରେ, ଭାଇଙ୍କୁ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା

ଶେଷଥର ପାଇଁ ୨୦୧୯ରେ ‘ମାତୋଶ୍ରୀ’ ଯାଇଥିଲେ ରାଜ ଠାକରେ।

author-image
Jitendra Garnayak
Uddhab and Raj Thackeray

Uddhab and Raj Thackeray

୬ ବର୍ଷ ପରେ ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ମାତୋଶ୍ରୀ ଯାଇଥିଲେ। ‘ମାତୋଶ୍ରୀ’ ହେଉଛି ଠାକରେ (ବାଲାସାହେବ ଠାକରେ) ପରିବାରର ଘର। ସେଠାରେ ଏବେ ବାଲାସାହେବ ଠାକରେଙ୍କ ପୁଅ ତଥା ଶିବ ସେନା (ୟୁବିଟି) ନେତା ଉଦ୍ଧବ ଠାକରେ ତାଙ୍କ ପରିବାର ସହିତ ରହୁଛନ୍ତି।

Advertisment

ଆଜି ହେଉଛି ଉଦ୍ଧବ ଠାକରେଙ୍କ ଜନ୍ମଦିନ। ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ରାଜ ଥାକରେ ସେଠାକୁ ଯାଇଥିଲେ। ‘ମାତୋଶ୍ରୀ’ରେ ଦୁଇ ସଂପର୍କୀୟ ଭାଇ (ଉଦ୍ଧବ ଓ ରାଜ ଥାକରେ) ବାଲାସାହେବ ଠାକରେଙ୍କ ଫଟୋ ପାଖରେ ଛିଡ଼ା ହୋଇ ଫଟୋ ଉଠାଇଥିଲେ। ତା’ସହିତ ବାଲାସାହେବ ଠାକରେଙ୍କ ଚୌକିକୁ ପ୍ରଣାମ କରିଥିଲେ ରାଜ ଠାକରେ। 

ଏହା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ଦୁଇ ଭାଇଙ୍କୁ ଗୋଟିଏ ଷ୍ଟେଜରେ ଦେଖିବାକୁ ମିଳିଥିବା ବେଳେ ଆଜି ରାଜ ଠାକରେ ‘ମାତୋଶ୍ରୀ’ ଆସି ଭାଇ ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ସେମାନଙ୍କ ମଧ୍ୟରେ ସଂପର୍କ ଧୀରେ ଧୀରେ ଭଲ ହେଉଥିବାର ସଙ୍କେତ ମିଳୁଛି ବୋଲି ରାଜନୀତିକ ସମୀକ୍ଷକମାନେ କହିଛନ୍ତି।

Advertisment

୨୦୧୨ରେ ବାଲାସାହେବ ଠାକରେଙ୍କ ଶେଷ ସମୟଗୁଡ଼ିକରେ କିଛି ଥର ‘ମାତୋଶ୍ରୀ’ ଯାଇଥିଲେ ରାଜ ଠାକରେ। ତା’ପରେ ୨୦୧୯ରେ ଥରୁଟିଏ ରାଜ ଠାକରେ ସେଠାକୁ ଯାଇଥିଲେ। ସେଥର ପୁଅ ଅମିତ ଠାକରେଙ୍କ ବିବାହ ନିମନ୍ତେ ଭାଇ ଉଦ୍ଧବ ଠାକରେ ଓ ତାଙ୍କ ପରିବାରକୁ ନିମନ୍ତ୍ରଣ କରିବାକୁ ଅଳ୍ପ ସମୟ ପାଇଁ ‘ମାତୋଶ୍ରୀ’ ଯାଇଥିଲେ ରାଜ ଠାକରେ। ତା’ପରଠାରୁ ଆଉ ‘ମାତୋଶ୍ରୀ’ରେ ପାଦ ପକାଇ ନଥିଲେ ରାଜ ଠାକରେ।

ଚଳିତ ମାସ ପ୍ରାରମ୍ଭରେ ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଦୁଇ ଭାଇଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଉଦ୍ଧବ ଓ ରାଜ ଠାକରେଙ୍କ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ‘ମରାଠୀ’ ପରିଚୟ ପ୍ରସଙ୍ଗରେ ସେମାନେ ଏକାଠି ହୋଇଥିଲେ। ‘ହିନ୍ଦୀ’ ଜୋରଜବରଦସ୍ତ ଲଦି ଦିଆଯାଉଥିବା ଅଭିଯୋଗ ଆଣି ସେମାନେ ଏକାଠି ହୋଇଥିଲେ।

ମୁମ୍ବାଇର ୱର୍ଲିରେ ଅନୁଷ୍ଠିତ ହୋଇଥିବା ଏହି ରାଲିରେ ଉଦ୍ଧବ କହିଥିଲେ, ଆମେ ଏଠାରେ ଏକାଠି ହୋଇଛୁ ଏକାଠି ରହିବା ପାଇଁ। ଆମେ ମରାଠୀକୁ ସୁରକ୍ଷା ଦେବାକୁ ଏକାଠି ହୋଇଛୁ। ଆମେ ଏକାଠି ହେବାର ଏହା ଏକ ଟ୍ରେଲର ବା ଆରମ୍ଭ ମାତ୍ର।

ଏହା ସହିତ ଆଗାମୀ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ସେମାନେ ଏକାଠି ଲଢ଼ିବେ ବୋଲି ଉଦ୍ଧବ ଘୋଷଣା କରିଥିଲେ। ସେମାନେ ଦୁଇ ଭାଇ ଉଭୟ ମୁମ୍ବାଇ ଓ ମହାରାଷ୍ଟ୍ରକୁ ନିୟନ୍ତ୍ରଣ କରିବେ ବୋଲି ସେ କହିଥିଲେ।

୨୦୦୬ରେ ରାଜ ଠାକରେ ଶିବ ସେନାରୁ ବାହାରିଯାଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଗଠନ କରିଥିଲେ। ସେହିଦିନଠାରୁ ଉଦ୍ଧବ ଠାକରେଙ୍କଠାରୁ ସେ ଉଭୟ ରାଜନୀତିକ ଓ ବ୍ୟକ୍ତିଗତ ଦୂରତା ବଜାୟ ରଖିଥିଲେ।

Uddhav Thackeray Raj Thackeray