/odisha-reporter/media/post_attachments/uploadimage/library/16_9/16_9_0/IMAGE_1676044847.jpg)
Rajani Patil
ରାଜ୍ୟସଭାର ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀ ଧନଖଡ଼ ତାଙ୍କୁ ବଜେଟ ଅଧିବେଶର ବାକି ସମସ୍ତ କାର୍ଯ୍ୟ ଦିବସ ଶେଷ ହେବା ଯାଏ ନିଲମ୍ବିତ କରିଛନ୍ତି। ତେବେ ଏପରି କଠୋର ଦଣ୍ଡଦେବା ଆଦୌ ଠିକ୍ ହୋଇନି ଓ ସେ ଅପମାନିତ ବୋଧ କରୁଥିବା ରଜନୀ ପାଟିଲ କହିଛନ୍ତି।
ରାଜ୍ୟସଭାରେ ହଟ୍ଟଗୋଳ ଓ କାର୍ଯ୍ୟ ଚାଲିଥିବା ବେଳେ ପାଟିଲ କୁଆଡ଼େ ଏହାର ରେକର୍ଡିଂ କରୁଥିଲେ। ଏହି ଅଭିଯୋଗ ପରେ ତାଙ୍କୁ ସଂପୂର୍ଣ୍ଣ ବଜେଟ ଅଧିବେଶନରୁ ନିଳମ୍ବିତ କରାଯାଇଛି। ସେ ଆଦେଶ ପ୍ରତ୍ୟାହାର ନ ହେବା ଯାଏ ଗୃହରେ ପ୍ରବେଶ କରିପାରିବେ ନାହିଁ।
ଏପରି ଆଦେଶ ପରେ ରଜନୀ ପାଟିଲ କହିଛନ୍ତି, “ମୁଁ ସେଭଳି କିଛି କରିନି। ମୋତେ ଫାଶୀ ଭଳି ଦଣ୍ଡ ଦିଆଯାଇଛି। ମୁଁ ଗୋଟିଏ ସ୍ୱାଧୀନତା ସଂଗ୍ରାମୀର ପରିବାରରୁ ଆସିଛି। ମୋ ପରମ୍ପରା ଓ ଶିକ୍ଷା କେବେ ହେଲେ କୌଣସି ଆଇନକୁ ଉଲ୍ଲଙ୍ଘନ କରିବାକୁ ଅନୁମତି ଦେଇ ନଥାଏ। ଜାଣିଶୁଣି ଗୃହରେ ମୋ ନାଁ ନିଆଯାଇଛି ଓ ମୋତେ ଅପମାନିତ କରାଯାଇଛି।”
ରାଜନୀ ପାଟିଲଙ୍କ ବିରୋଧରେ ଦିଆଯାଇଥିବା ନିଲମ୍ବନ ଆଦେଶ ଓ ତାଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ସଂସଦର ସ୍ୱାଧିକାର କମିଟି କରିବ। ଏହାପରେ କମିଟି ଗୋଟିଏ ରିପୋର୍ଟ ଦାଖଲ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
