Advertisment

ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂହ: ଚୁକ୍ତିର ଉଲ୍ଲଙ୍ଘନ କଥା କହିଲେ

ଭାରତ ମଧ୍ୟ ଚାଇନାକୁ କଡ଼ା ଚେତାବନୀ ଦେଇଛି। ଦ୍ୱିପକ୍ଷାକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁ ପ୍ରଭାବିତ ହୋଇଛି। ସୀମାରେ ଶାନ୍ତି ପ୍ରତିଷ୍ଠା ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ମଧ୍ୟ ଭାରତ ପକ୍ଷରୁ କୁହାଯାଇଛି।

Rajnath Singh

Rajnath Singh

Advertisment

ପୂର୍ବ ଲଦାଖରେ ଦେଖାଯାଇଥିବା ସୀମା ବିବାଦ ଓ ଗଲୱାନ ଘାଟି ସଂଘର୍ଷ ପରେ ପ୍ରଥମଥର ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚାଇନିଜ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ସୀମାରେ ସୃଷ୍ଟି ହୋଇଥିବା ବିବାଦୀୟ ସ୍ଥିତି କଥା ଉଠିଛି।

Advertisment

ଭାରତ ମଧ୍ୟ ଚାଇନାକୁ କଡ଼ା ଚେତାବନୀ ଦେଇଛି। ଦ୍ୱିପକ୍ଷାକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁ ପ୍ରଭାବିତ ହୋଇଛି। ସୀମାରେ ଶାନ୍ତି ପ୍ରତିଷ୍ଠା ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ମଧ୍ୟ ଭାରତ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରାଜନାଥ ସିଂହ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ଆଲୋଚନା କରିବା ବେଳେ ସୀମା ବିବାଦ କଥା ଉଠାଇଛନ୍ତି। ଏଥିସହ ସୀମାରେ କେମିତି ଶାନ୍ତି ପ୍ରତିଷ୍ଠା ହେବ ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏସ୍‌ସିଓ ଅଧୀନରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗଦେବାକୁ ଶାଙ୍ଗଫୁ ଭାରତ ଆସିଛନ୍ତି। ଏହି ସମୟରେ ହିଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

Advertisment

ରାଜନାଥ ସିଂହଙ୍କ ବୈଠକରେ ପରେ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୀମାରେ ଶାନ୍ତି ଓ ସ୍ଥିରତା ଉପରେ ନିର୍ଭର କରେ। ଦ୍ୱିପାକ୍ଷିକ ଚୁକ୍ତି ଓ ବୁଝାମଣା ଦ୍ୱାରା ଏଲଏସିର ସମସ୍ତ ପ୍ରକାରର ସମସ୍ୟା ସମାଧାନ ହେବା ଉଚିତ। ପ୍ରଚଳିତ ଚୁକ୍ତିର ଉଲ୍ଲଙ୍ଘନ ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ମୂଳ ଢାଞ୍ଚା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ପରସ୍ପର ସହ ବୁଝାମଣା ଓ ଚୁକ୍ତି ଅନୁସାରେ ସୀମାରେ ଶାନ୍ତି ପ୍ରତିଷ୍ଠା କରି ଡିସଏନଗେଜମେଣ୍ଟ କରାଯିବା ସପକ୍ଷରେ ସେ ମତ ରଖିଛନ୍ତି।”

China India Ladakh SCO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe