Advertisment

୭୬ ଲକ୍ଷ ପରିବାରକୁ ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ୍‌

୧୧ ଲକ୍ଷରୁ ଅଧିକ ଚାଷୀ ମାସିକ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ପାଇବେ। ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ଯାଏ ମାଗଣା ବିଜୁଳି ମିଳିବ।

author-image
Hemant Lenka
Rajasthan Budget

Rajasthan Budget

ବଜେଟ ଲିକ୍‌ ଓ ଗତବର୍ଷର ବଜେଟ ପେପର ପଢ଼ି ବିଧାନସଭାରେ ଲୋକହସା ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ୧୯ ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସହ ଗେହଲଟ ରାଜସ୍ଥାନର ଅର୍ଥମନ୍ତ୍ରୀ ମଧ୍ୟ। ତେଣୁ ଆଜି ସେ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି।

Advertisment

ଚଳିତ ବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏହା ଗେହଲଟ ସରକାରର ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଏହାକୁ ଦୃଷ୍ଟିରେ ରଖି ବଜେଟରେ ସାଧାରଣ ଲୋକଙ୍କ ପାଇଁ ବଡ଼ବଡ଼ ବ୍ୟବସ୍ଥା ସବୁ କରାଯାଇଛି।

୧- ଚିରଞ୍ଜୀବି ସ୍ୱାସ୍ଥ୍ୟ ବୀମା ଯୋଜନାର ବାର୍ଷିକ ରାଶିକୁ ଘର ପିଛା ୧୦ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରାଯାଇଛି।

Advertisment

୨- ୧୧ ଲକ୍ଷରୁ ଅଧିକ ଚାଷୀ ମାସିକ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ପାଇବେ। ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ଯାଏ ମାଗଣା ବିଜୁଳି ମିଳିବ।

୩- ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନରେ ୧ କୋଟିରୁ ଅଧିକ ପରିବାରକୁ ମାଗଣା ରାସନ ଓ ଖାଦ୍ୟ ପ୍ୟାକେଟ ଦିଆଯିବ।

୪- ବିପିଏଲ ଓ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ୭୬ ଲକ୍ଷ ପରିବାରକୁ ରାଜ୍ୟ ସରକାର ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଦେବେ।

୫- ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ପ୍ରତିଦିନ କ୍ଷୀର ଦିଆଯିବ।

୬- ରାଜ୍ୟ ସରକାରଙ୍କ ‍ବୋର୍ଡ, କର୍ପୋରେସନ, ଏକାଡେମୀ ଓ ବିଶ୍ୱବିଦ୍ୟାଳୟର ଯେଉଁ କର୍ମଚାରୀମାନେ ୨୦୦୪ ଜାନୁଆରୀ ୧ ପୂର୍ବରୁ ନିଯୁକ୍ତି ପାଇଥିବେ, ସେମାନଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରାଯିବ।

୭- ରାଜ୍ୟରେ ଥିବା ଛାତ୍ରୀମାନଙ୍କୁ ୩୦ ହଜାର ଇଲେକ୍ଟ୍ରିକ ଗାଡ଼ି ଯୋଗାଇ ଦିଆଯିବ।

୮- ପେପର ଲିକ୍‌ ବିବାଦ ଯୋଗୁ ରାଜ୍ୟ ସରକାର ଏଣିକି ଚାକିରି ପାଇଁ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷା ପାଇଁ ଗୋଟିଏଥର ପଞ୍ଜୀକରଣ ବ୍ୟବସ୍ଥା କରିବେ।

୯- ଗିଗ୍‌ ଅର୍ଥନୀତି ସେକ୍ଟର ସହ ଜଡ଼ିତ ଲୋକଙ୍କ ପାଇଁ ୨୦୦ କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି।

୧୦- ସମବାୟ ବ୍ୟାଙ୍କରୁ ଚାଷୀମାନେ ୩ ହଜାର କୋଟିର ସୁଧମୁକ୍ତ ଋଣ ପାଇପାରିବେ।

Lpg