Advertisment

କାୟା ମେଲାଉଛି କରୋନା; ରାଜସ୍ଥାନ ସିଏମ୍‌ ଓ ପୂର୍ବତନ ସିଏମ୍‌ ପଜିଟିଭ

କରୋନା କବଳରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପଡ଼ିଛନ୍ତି। ଏନେଇ ଉଭୟ ନେତା ଟ୍ୱିଟ କରି ସୂଚନା ଦେଇଛନ୍ତି।

Ashok Gehlot & Vasundhara Raje

Ashok Gehlot & Vasundhara Raje

Advertisment

ପୁଣି ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି ମହାମାରୀ କରୋନା। କରୋନା ଦ୍ୱାରା କବଳିତ ହେଉଥିବା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏବେ ରାଜସ୍ଥାନରେ ନିଜ କାୟା ମେଲାଇଲାଣି ଏହି ମାରାତ୍ମକ ମହାମାରୀ । କରୋନା କବଳରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବେ କରୋନା ପଜିଟିଭ । ଏନେଇ ଉଭୟ ନେତା ଟ୍ୱିଟ କରି ସୂଚନା ଦେଇଛନ୍ତି।

Advertisment

ସିଏମ୍‌ ଅଶୋକ ଗେହଲଟ ଟ୍ୱିଟ କରି କହିଛନ୍ତି, କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖା ବଢ଼ିବାରେ ଲାଗିଛି। ମୁଁ ନିଜେ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ମୋ ଶରୀରରେ କରୋନାର ହାଲକା ଲକ୍ଷଣ ପ୍ରକାଶ ପାଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଆସନ୍ତା କିଛି ଦିନ ନିଜ ବାସଭବନରେ ରହିବା ସହ ସେଠାରୁ ହିଁ କାମ କରିବି। ଆପଣ ସମସ୍ତେ କୋଭିଡ ଗାଇଡଲାଇନ୍‌ର ପାଳନ କରନ୍ତୁ।

ସେହିପରି ପୂର୍ବତନ ସିଏମ୍‌ ବସୁନ୍ଧରା ରାଜେ ଟ୍ୱିଟ କରି କହିଛନ୍ତି, କୋଭିଡ ଯାଞ୍ଚ ସମୟରେ ମୁଁ ପଜିଟିଭ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସମ୍ପୂର୍ଣ୍ଣ ରୂପେ ଆଇସୋଲେସନରେ ରହିଛି। ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ବି ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ।

Advertisment

ସୂଚନାଯୋଗ୍ୟ, କିଛି ଦିନ ହେବ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିବାରେ ଲାଗିଛି। ଦିଲ୍ଲୀ, ମୁମ୍ବାଇ ବାଦ ଦେଶର ଅନ୍ୟ ରାଜ୍ୟରେ ବି ମହାମାରୀ ମୁଣ୍ଡ ଟେକିଲାଣି । ମହାରାଷ୍ଟ୍ରରେ କେବଳ କରୋନା ୧୮୬% ବଢ଼ିଛି । ଏହି ରାଜ୍ୟରେ ମଙ୍ଗଳବାର ୭୧୧ ନୂଆ ପଜିଟିଭ ମାମଲା ସାମନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୪ ଜଣ ଆଖି ବୁଜିଛନ୍ତି। ଏହା ପୂର୍ବରୁ ସୋମବାର ରାଜ୍ୟରେ ୨୪୮ ପଜିଟିଭ ଚିହ୍ନଟ ହୋଇଥିଲେ।

Coronavirus Rajstan Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe