Advertisment

ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ଗେହଲଟ୍

ସରଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିଜ ପ୍ରାର୍ଥିପତ୍ର ସେ ଦାଖଲ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ashok Gehlot

Ashok Gehlot

ପାଖେଇ ଆସିଲାଣି ରାଜସିଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋର୍‌ରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସମସ୍ତ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ଜୋର୍‌ସୋର୍‌ରେ ପ୍ରଚାର ପ୍ରସାର କରୁଛନ୍ତି। ଏହାରି ଭିତରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ନାମାଙ୍କନ ପତ୍ର ଭରିଛନ୍ତି। ସରଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିଜ ପ୍ରାର୍ଥିପତ୍ର ସେ ଦାଖଲ କରିଛନ୍ତି।

Advertisment

ଅଶୋକ ଗେହଲଟଙ୍କ ନାମାଙ୍କନପତ୍ର ଦାଖଲ ବେଳେ ହଜାର ହଜାର କଂଗ୍ରେସ କର୍ମୀ ପହଞ୍ଚିଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗେହଲୋଟ ଯୋଧପୁରରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେ ନିଜ ବଡ଼ ଭଉଣୀଙ୍କ ବିମଲା ଦେବୀଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଗେହଲଟ ପ୍ରତ୍ୟେକ ନିର୍ବାଚନୀ ନାମାଙ୍କନ ପତ୍ର ଭରିବା ପୂର୍ବରୁ ନିଜ ଭଉଣୀଙ୍କ ଆଶୀର୍ବାଦ ନେଇଥାନ୍ତି।

ନାମାଙ୍କନ ଭରିବା ପରେ ଅଶୋକ ଗେହଲଟ କହିଛନ୍ତି, ପ୍ରଥମେ ରାଜସ୍ଥାନକୁ ପଛୁଆ ରାଜ୍ୟ ରୂପେ ଜଣାଯାଉଥିଲା କିନ୍ତୁ ଏବେ ଏହା ବଦଳି ଯାଇଛି। ଆଜି ରାଜସ୍ଥାନରେ ଏମ୍ସ, ଆଇଆଇଟି, ଆଇଆଇଏମ୍‌ ଓ ଅନ୍ୟ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଅଛି। ମୁଁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏଠାରେ କେବଳ ୬ଟି ବିଶ୍ୱବିଦ୍ୟାଳୟ ଥିଲା। ଏବେ ଏଠାରେ ୧୦୦ରୁ ଅଧିକ କଲେଜ ଅଛି। ରାଜ୍ୟର ଜନତା ରାଜସ୍ଥାନରେ ପୁଣି ଥରେ ସମାନ ସରକାର ଚାହୁଁଥିବା ମୁଡ୍‌ରେ ଅଛନ୍ତି ବୋଲି ଗେହଲଟ କହିଛନ୍ତି।

Advertisment

ସର୍ଦ୍ଦାରପୁରକୁ କଂଗ୍ରେସର ଗଡ଼ କୁହାଯାଏ ଏବଂ ୧୯୯୮ରୁ ସମସ୍ତ ନିର୍ବାଚନରେ ଗେହଲଟ ଏହି ଆସନରୁ ଜିତିଛନ୍ତି। ୨୦୧୮ବିଧାନସଭା ନିର୍ବାଚନରେ ସେ ୬୩ ପ୍ରତିଶତ ଭୋଟ ପାଇଥିଲେ। ନାମାଙ୍କନପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହଲଟ ଏବଂ ପୁଅ ବୈଭବ ଗେହଲଟ ତାଙ୍କ ସହ ଥିଲେ।

Congress Ashok Gehlot Rajasthan 2023 Assembly Poll