Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଜେଲ୍‌ରୁ ଆସିଥିଲା କଲ୍‌

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ଜୟପୁର ପୁଲିସ୍।

author-image
Niharika Rout
 Rajasthan CM

Rajasthan CM

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ ମିଳିଛି ହତ୍ୟା ଧମକ । ଏହି ଧମକପୂର୍ଣ୍ଣ କଲ୍‌ ଆସିଛି ଜେଲ୍‌ରୁ । ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ବାନ୍ଧିଛି।ତେବେ ଅଭିଯୁକ୍ତଜଣକ ଫୋନ୍‌ କେଉଁଠୁ ପାଇଲେ, ଓ ମୁଖ୍ୟମନ୍ତ୍ରୀଙ୍କୁ କିପରି ହତ୍ୟା ଧମକ ଦେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ଜୟପୁର ପୁଲିସ୍। ପୁଲିସ୍‌ କଲ୍‌ ଡିଟେଲ୍ସ ବାହାର କରି ତାହା ଜୟପୁର ସେଣ୍ଟ୍ରାଲ୍‌ ଜେଲ୍‌ରୁ ଆସିଥିବା ଜାଣିବାକୁ ପାଇଛି।

ପୁଲିସ୍‌ ସୂଚନା ଅନୁସାରେ , ଧମକ ଦେଇଥିବା ବ୍ୟକ୍ତିଜଣକ ପକ୍ସୋ ଆକ୍ଟରେ ସେଣ୍ଟ୍ରାଲ୍‌ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛି। ସେ ଗତ ୫ ବର୍ଷ ହେବ ଜେଲ୍‌ରେ ବନ୍ଦ ଥିବା ବେଳେ ତାଙ୍କର ମାନସିକ ରୋଗର ଚିକିତ୍ସା ଚାଲିଛି।

Advertisment

ଏହି ଘଟଣା ପରେ ପୁଲିସ୍‌ ଜେଲ୍‌ରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲ। ତନାଘନା ପରେ ଅଭିଯୁକ୍ତଜଣକ ଅନ୍ୟ ଜଣେ ଅଭିଯୁକ୍ତଙ୍କଠାରୁ ମୋବାଇଲ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲ୍‌ କରିଥିବା ଜଣାଯାଇଛି।

ଜେଲ୍‌ରେ ସୁରକ୍ଷାରେ ତ୍ରୁଟି ଯୋଗୁ ମୋବାଇଲ କଏଦୀଙ୍କ ନିକଟରେ ପହଞ୍ଚି ପାରୁଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ସେଣ୍ଟ୍ରାଲ ଜେଲ୍‌ର ଦୁଇ ୱାର୍ଡେନଙ୍କୁ ସସ୍‌ପେଣ୍ଡ କରାଯାଇଛି।

Rajasthan Bhajan Lal Sharma