Ram Mandir
ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ଶୁଣିବାକୁ ମିଳିଛି ରାମ ଧ୍ୱନୀ। ଏପରି ସ୍ଥିତିରେ କେନ୍ଦ୍ର ସରକାର ଉକ୍ତ ଦିନ ହାଫ୍-ଡେ ଛୁଟି ଘୋଷଣା କରିଥିବା ବେଳେ ରାଜସ୍ଥାନରେ ବି ଘୋଷଣା ହୋଇଛି ସମାନ ଛୁଟି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଉକ୍ତ ଦିନ ରାଜ୍ୟରେ ହାଫ-ଡେ ଛୁଟି ଘୋଷଣା କରିଛନ୍ତି।
ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହି ଅବସରରେ ବିଧାୟକ ଆସନ୍ତା ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏନେଇ ଭଜନ ଲାଲ ସୂଚନା ଦେଇଛନ୍ତି।
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି। ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସେହିଦିନ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଏଗୁଡ଼ିକ ଛୁଟି ରହିବ।
ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ସେହିଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସେହିଦିନ ଅଯୋଧ୍ୟାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
