Advertisment

ଏହି ରାଜ୍ୟ ବି ୨୨ରେ ହେବ ହାଫ୍ ଡେ’ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ଶୁଣିବାକୁ ମିଳିଛି ରାମ ଧ୍ୱନୀ।

Ram Mandir

Ram Mandir

Advertisment

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ଶୁଣିବାକୁ ମିଳିଛି ରାମ ଧ୍ୱନୀ। ଏପରି ସ୍ଥିତିରେ କେନ୍ଦ୍ର ସରକାର ଉକ୍ତ ଦିନ ହାଫ୍‌-ଡେ ଛୁଟି ଘୋଷଣା କରିଥିବା ବେଳେ ରାଜସ୍ଥାନରେ ବି ଘୋଷଣା ହୋଇଛି ସମାନ ଛୁଟି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଉକ୍ତ ଦିନ ରାଜ୍ୟରେ ହାଫ-ଡେ ଛୁଟି ଘୋଷଣା କରିଛନ୍ତି।

Advertisment

ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହି ଅବସରରେ ବିଧାୟକ ଆସନ୍ତା ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏନେଇ ଭଜନ ଲାଲ ସୂଚନା ଦେଇଛନ୍ତି।

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି। ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସେହିଦିନ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଏଗୁଡ଼ିକ ଛୁଟି ରହିବ।

Advertisment

ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ସେହିଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସେହିଦିନ ଅଯୋଧ୍ୟାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Ayodhya Ram Mandir Rajasthan Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe